ଫିଲିପାଇନ୍ସ: ମିଲିଟାରୀ ବିମାନ ଦୁର୍ଘଟଣାଗ୍ରସ୍ତ | News Room Odisha

ଫିଲିପାଇନ୍ସ: ମିଲିଟାରୀ ବିମାନ ଦୁର୍ଘଟଣାଗ୍ରସ୍ତ

ମାନିଲା: ଫିଲିପାଇନ୍ସରେ ରବିବାର ଏକ ମିଲିଟାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୮୫ ଲୋକ ଥିଲେ ବୋଲି ଫିଲିପାଇନ୍ସର ସେନାମୁଖ୍ୟ କହିଛନ୍ତି ।
ବିମାନଟି ସୁଲୁ ପ୍ରୋଭିନ୍ସର ଜୋଲୋ ଦ୍ୱୀପରେ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ପରେ ବିମାନଟି ଜଳି ଯାଇଥିଲା । ଦୁର୍ଘଟଣାଗ୍ରସ୍ତ ସି-୧୩୦ ବିମାନର ଧ୍ୱଂସାବଶେଷରୁ ଏଯାବତ୍ ୧୫ଲୋକଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ସେନାମୁଖ୍ୟ ଜେନେରାଲ ସିରିଲିଟୋ ସୋବେଜାନା ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।