ପୁରୀ: ଶ୍ରୀମନ୍ଦିରରେ ଖଳିଲାଗି - ଅଣସର ଏକାଦଶୀ | News Room Odisha

ପୁରୀ: ଶ୍ରୀମନ୍ଦିରରେ ଖଳିଲାଗି – ଅଣସର ଏକାଦଶୀ

ଆଷାଢ଼ କୃଷ୍ଣ ଏକାଦଶୀ। ଶାସ୍ତ୍ରରେ ଏହି ଏକାଦଶୀକୁ ଯୋଗିନୀ ଏକାଦଶୀ କୁହାଯାଇଛି। ଶ୍ରୀମନ୍ଦିର ବିଧି ବ୍ୟବସ୍ଥା ଅନୁସାରେ ଏହି ଏକାଦଶୀକୁ ସ୍ଥାନୀୟ ଭାଷାରେ ଅଣସର ଏକାଦଶୀ ବା ଖଳି ଲାଗି ଏକାଦଶୀ କୁହାଯାଏ। ଏହିଦିନ ଶ୍ରୀଜୀଉ ମାନଙ୍କ ଶ୍ରୀଅଙ୍ଗରେ ସୁବାସିତ ଦ୍ରବ୍ୟ ଲେପନ କରାଯାଏ। ଚନ୍ଦନ, କର୍ପୂର, ଚୁଆ, କସ୍ତୁରୀ, କୁଂକୁମ କୁ ମିଶ୍ରଣ କରି ଲାଗି କରାଯାଏ। ମହାପ୍ରଭୁ ସୁସ୍ଥ ହୋଇଥିବାରୁ ଏକାଦଶୀ ଠାରୁ ଅଣସର ଘରେ ପୂଜା ସମୟ ରେ ଘଣ୍ଟ ବାଜିବା ସହିତ ନୈବେଦ୍ୟ ରେ ତୁଳସୀ ପତ୍ର ପଡି ଭୋଗ ଲାଗି ହୋଇଥାଏ।

ରାତ୍ରରେ ମହାପ୍ରଭୁଙ୍କ ନୀତି ସମାପନ ପରେ ଶୁଦ୍ଧ ସୁଆର ଯୋଗାଇଥିବା ଖଳି ଶ୍ରୀଅଙ୍ଗରେ ଲାଗେ। ଗହମ ଗୁଣ୍ଡକୁ ଶୁକ୍ଳ ବସ୍ତ୍ରରେ ଛଣାଯାଇ ଖଳି ପ୍ରସ୍ତୁତ ହୋଇଥାଏ। ସେହିପରି ଶଙ୍ଖ କୁ ପୋଡି ତାର ଭସ୍ମ ରେ ଖଡ଼ି ପ୍ରସ୍ତୁତ କରି ଶ୍ରୀଅଙ୍ଗର ଶୋଭା ବର୍ଦ୍ଧନ ପାଇଁ ଲେପନ କରାଯାଏ। ଯାହାକୁ ଶ୍ରୀମନ୍ଦିର ଭାଷାରେ ଖାଳିଲାଗି କୁହାଯାଏ।

Festival of Lord JagannathLord Jagannath TemplePUri