ରାଜ୍ୟରେ କୋରୋନା ଗ୍ରାଫ୍ ନିମ୍ନଗାମୀ, ଲଗାତର ତୃତୀୟ ଦିନରେ ଦୈନିକ ସଂକ୍ରମଣ ୩ ହଜାର ତଳେ | News Room Odisha

ରାଜ୍ୟରେ କୋରୋନା ଗ୍ରାଫ୍ ନିମ୍ନଗାମୀ, ଲଗାତର ତୃତୀୟ ଦିନରେ ଦୈନିକ ସଂକ୍ରମଣ ୩ ହଜାର ତଳେ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ଖସିବାରେ ଲାଗିଛି । ଲଗାତର ତୃତୀୟ ଦିନ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ତିନି ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ ହଜାର ୮୦୩ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧ ହଜାର ୫୯୭ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୨୦୬ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୫, କଟକରୁ ୪୪୧, ବାଲେଶ୍ୱରରୁ ୧୫୫, ଯାଜପୁରରୁ ୧୫୩, ପୁରୀରୁ ୧୫୪, ମୟୂରଭଞ୍ଜରୁ ୧୯୩, କେନ୍ଦ୍ରାପଡାରୁ ୧୧୯, ଭଦ୍ରକରୁ ୧୩୧, ଜଗତସିଂହପୁରରୁ ୧୧୭, ନୟାଗଡରୁ ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୯୭, ସୁନ୍ଦରଗଡରୁ ୬୨, ଢେଙ୍କାନାଳରୁ ୬୭, କେନ୍ଦୁଝରରୁ ୬୪, କୋରାପୁଟରୁ ୬୫, ମାଲକାନଗିରିରୁ ୫୫, ରାୟଗଡାରୁ ୫୪, କଳାହାଣ୍ଡିରୁ ୧୫, ନବରଙ୍ଗପୁରରୁ ୧୫, ବଲାଙ୍ଗୀରରୁ ୩, କନ୍ଧମାଳରୁ ୨୫, ସମ୍ବଲପୁରରୁ ୩୨, ବରଗଡରୁ ୧୭, ବୌଦ୍ଧରୁ ୨୧, ଗଞ୍ଜାମରେ ୨୦, ସୁବର୍ଣ୍ଣପୁରରୁ ୧୮, ଗଜପତିରୁ ୧୦, ନୂଆପଡାରୁ ୮, ଦେବଗଡରୁ ୯, ଝାରସୁଗୁଡାରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।