ମ୍ୟାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ଫର୍ମ ପୂରଣ ଆଜିଠାରୁ , ଦେବାକୁ ପଡିବ ନାହିଁ ଫି’ | News Room Odisha

ମ୍ୟାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ଫର୍ମ ପୂରଣ ଆଜିଠାରୁ , ଦେବାକୁ ପଡିବ ନାହିଁ ଫି’

ଭୁବନେଶ୍ୱର- ଆଜିଠାରୁ ମ୍ୟାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ଅନଲାଇନ ଫର୍ମ ପୂରଣ ଆରମ୍ଭ ହୋଇଛି । ପରୀକ୍ଷାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଏହା ଉଦ୍ଦିଷ୍ଟ । ଏଥିପାଇଁ କୌଣସି ଫି ଦେବାକୁ ପଡିବ ନାହିଁ । ଆସନ୍ତା ୧୪ ତାରିଖ ଫର୍ମ ପୂରଣର ଶେଷ ଦିନ ରହିଛି । ପରୀକ୍ଷା ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏଁ ହେବ । ୭୦ ପ୍ରତିଶତ ସିଲାବସରେ ପରୀକ୍ଷା ହେବ । ପରୀକ୍ଷାର ୧୫ ଦିନ ମଧ୍ୟରେ ଫଳ ପ୍ରକାଶ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।