ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ | News Room Odisha

ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ

କୋଲକାତା: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଆଜି ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଅଭିଜିତ ମୁଖାର୍ଜୀ ୨୦୧୨ ଏବଂ ୨୦୧୫ରେ ପଶ୍ଚିମବଙ୍ଗ ଜଙ୍ଗିପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି କଂଗ୍ରେସ ଟିକେଟରେ ଜିତିଥିଲେ। ୨୦୧୯ରେ ମଧ୍ୟ କଂଗ୍ରେସ ତାଙ୍କୁ ଏହି ଆସନରୁ ଟିକେଟ ଦେଇଥିଲା କିନ୍ତୁ ସେ ଏଥର ହାରିଯାଇଥିଲେ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ପରେ ଟିଏମସିରେ ଅନେକ ନେତାଙ୍କ ଯୋଗ ଦେବା ଧାରା ଜାରି ରହିଛି। ନିକଟରେ ମୁକୁଲ ରୟ ବିଜେପିରୁ ଟିଏମସିକୁ ଫେରିଥିଲେ। ଏବେ ଅଭିଜିତ ମୁଖାର୍ଜୀ ମଧ୍ୟ ଟିଏମସିରେ ଯୋଗ ଦେଇଛନ୍ତି।