ରାଜଧାନୀରେ ମର୍ଡର ମିଷ୍ଟ୍ରି : ସ୍ୱାମୀ ଘରେ ନ ଥିବା ବେଳେ ପତ୍ନୀଙ୍କୁ ନିର୍ମମ ହତ୍ୟା, ଘରୁ ଉଦ୍ଧାର ହେଲେ ଆହତ ବ୍ୟକ୍ତି | News Room Odisha

ରାଜଧାନୀରେ ମର୍ଡର ମିଷ୍ଟ୍ରି : ସ୍ୱାମୀ ଘରେ ନ ଥିବା ବେଳେ ପତ୍ନୀଙ୍କୁ ନିର୍ମମ ହତ୍ୟା, ଘରୁ ଉଦ୍ଧାର ହେଲେ ଆହତ ବ୍ୟକ୍ତି

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱରରେ ସ୍ୱାମୀ ନ ଥିବା ବେଳେ ଜଣେ ମହିଳାଙ୍କୁ ବୀଭତ୍ସ ହତ୍ୟା ଓ ଜଣେ ପୁୁରୁଷଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯିବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗିର ଫେଜ୍ -୧ ଅଂଚଳରେ ଘଟିଛି ଏହି ଘଟଣା । ସୂଚନା ଅନୁସାରେ ଘଟଣା ସଂପର୍କରେ ପାଖ ପଡୋଶୀଙ୍କଠାରୁ ଖବର ପାଇ ରହୁଥିବା ଭଡା ଘରେ ପହଂଚିଥିଲେ ମହିଳାଙ୍କ ସ୍ୱାମୀ । ସେ ଘଟଣା ସଂପର୍କରେ ପୋଲିସକୁ ଖବର ଦେଇଥିଲେ । ସେ ତାଙ୍କ ପତ୍ନୀଙ୍କୁ ଚିହ୍ନଟ କରିଥିଲେ ମଧ୍ୟ ସେଠାରୁ ଗୁରୁତର ଆହତ ପୁରୁଷଙ୍କୁ ଚିହ୍ନି ନ ଥିବା କହିଥିଲେ । ମୃତ ମହିଳାଙ୍କ ଘରୁ ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକକୁ ନେଇ ସସପେନ୍‌ସ ଜାରି ହୋଇଛି । ତାଙ୍କ ନାମ ଜଗନ୍ନାଥ ବୋଲି ଜଣାପଡିଛି । ପୋଲିସ କହିଛି ଯେ, ପ୍ରିୟଙ୍କାଙ୍କୁ ହତ୍ୟା କରାଯିବା ପରେ ଅଫିସରେ ଥିବା ତାଙ୍କ ସ୍ୱାମୀଙ୍କ ପାଖକୁ ଭିଡିଓ କଲ୍ ଯାଇଥିଲା । କିନ୍ତୁ ବ୍ୟସ୍ତତାବଶତଃ ଫୋନ୍ ନ ଉଠାଇବାରୁ ପ୍ରିୟଙ୍କାଙ୍କ ରକ୍ତ ଜୁଡୁବୁଡୁ ମୃତଦେହର ଫଟୋ ପଠାଯାଇଥିଲା । ପ୍ରିୟଙ୍କାଙ୍କୁ କାହିଁକି ହତ୍ୟା କରାଗଲା ଓ ଆହତ ଯୁବକଙ୍କ ସହ ତାଙ୍କର ସଂପର୍କ କଣ ସେ ନେଇ ପୋଲିସ ଛାନଭିନ୍ ଚଳାଇଛି ।