ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ମେରୀକମ ଓ ମନପ୍ରୀତ ହେବେ ଭାରତର ଧ୍ବଜା ବାହକ | News Room Odisha

ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ମେରୀକମ ଓ ମନପ୍ରୀତ ହେବେ ଭାରତର ଧ୍ବଜା ବାହକ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ୬ ଥର ବିଶ୍ୱ ଚାମ୍ପିୟନ ବକ୍ସର ମେରୀକମ ଏବଂ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଭାରତର ଧ୍ବଜା ବାହକ ହେବେ।
ଏନେଇ ଭରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ସୋମବାର ସୂଚନା ଦେଇଛି। ରେସଲର ବଜରଙ୍ଗ ପୁନିଆ ଉଦଯାପନୀ ଉତ୍ସବରେ ତ୍ରିରଙ୍ଗା ଧରିବେ। ପ୍ରଥମ ଥର ଅଲିମ୍ପିକ୍ସରେ ଭାରତରେ ଦୁଇଜଣ ଧ୍ବଜା ବାହକ ରହିବେ।

କରୋନା କାରଣରୁ ପୂର୍ବରୁ ବର୍ଷେ ସ୍ଥଗିତ ରହିଥିବା ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଆରମ୍ଭ ହେବ । ଏହି କ୍ରୀଡ଼ା ମହାକୁମ୍ଭ ଅଗଷ୍ଟ ୮ରେ ଶେଷ ହେବ । ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତର ୧୦୦ରୁ ଊର୍ଦ୍ଧ୍ବ ଆଥଲେଟ୍ ଯୋଗ୍ୟତା ଅର୍ଜନ କରିଛନ୍ତି ।