ଆଜି ସନ୍ଧ୍ୟା ୬ଟାରେ କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ, ସାମିଲ ହୋଇପାରନ୍ତି ୨୫ରୁ ଊର୍ଦ୍ଧ୍ବ ମନ୍ତ୍ରୀ | News Room Odisha

ଆଜି ସନ୍ଧ୍ୟା ୬ଟାରେ କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ, ସାମିଲ ହୋଇପାରନ୍ତି ୨୫ରୁ ଊର୍ଦ୍ଧ୍ବ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ପାଇଁ ଦିନ ସ୍ଥିର ହୋଇଛି । ଆଜି ସନ୍ଧ୍ୟା ୬ଟାରେ ମନ୍ତ୍ରିମଣ୍ଡଳର ପୁନର୍ଗଠନ ହେବ । ଏଥିପାଇଁ ଆଶାୟୀ ପ୍ରାର୍ଥୀ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି ।

ସୂତ୍ରରୁ ପ୍ରକାଶ ଯେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ଦଳିତ, ଆଦିବାସୀ, ଓବିସି ଏବଂ ପଛୁଆ ବର୍ଗରୁ ୨୫ରୁ ଅଧିକ ତୃଣମୂଳ ସ୍ତରର ନେତା ଚୟନ କରିଛନ୍ତି। ବହୁ ସଂଶୋଧନ ଏବଂ ବିଚାର ବିମର୍ଶ ପରେ ନୂତନ ମନ୍ତ୍ରୀଙ୍କ ତାଲିକା ସ୍ଥିର ହୋଇଛି।

ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ରାଷ୍ଟ୍ରପତି ଭବନର ଅଶୋକ ହଲରେ ଅନୁଷ୍ଠିତ ହେବ। ଅବଶ୍ୟ କରୋନାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମରେ ବହୁତ କମ୍ ଲୋକଙ୍କୁ ଅନୁମତି ଦିଆଯାଇପାରେ | ସୂତ୍ରରୁ ପ୍ରକାଶ ଯେ ଏହି କାର୍ଯ୍ୟକ୍ରମ ସାମାଜିକ ଦୂରତା ପାଳନ ପୂର୍ବକ ଅନୁଷ୍ଠିତ ହେବ ଏବଂ ଶପଥ ଗ୍ରହଣରେ ପରିବାରର କେବଳ ଜଣେ ସଦସ୍ୟ ଉପସ୍ଥିତ ରହିବେ। ଶପଥ ଗ୍ରହଣ କାର୍ଯ୍ୟକ୍ରମ ନେଇ ରାଷ୍ଟ୍ରପତି ଭବନକୁ ସୂଚନା ଦିଆଯାଇଛି ।