ଦୈନିକ କୋରୋନା ସଂକ୍ରମଣର ନିମ୍ନଗତି ଜାରି, ୨ ହଜାର ୬୦୨ ନୂଆ ପଜିଟିଭ ଚିହ୍ନଟ | News Room Odisha

ଦୈନିକ କୋରୋନା ସଂକ୍ରମଣର ନିମ୍ନଗତି ଜାରି, ୨ ହଜାର ୬୦୨ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣର ନିମ୍ନଗତି ଜାରି ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨ ହଜାର ୬୦୨ ପଜିଟିଭ । ସଙ୍ଗରୋଧରୁ ୧ ହଜାର ୪୯୫ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୧୦୭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୯୨, କଟକ ଜିଲ୍ଲାରୁ ୩୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ୧୮୩, ପୁରୀରୁ ୧୭୪, ବାଲେଶ୍ୱରରୁ ୧୬୪, ମୟୂରଭଞ୍ଜରୁ ୧୪୧, ଅନୁଗୁଳରୁ ୯୯, ଢେଙ୍କାନାଳରୁ ୯୩, ଭଦ୍ରକରୁ ୯୫, ଜଗତସିଂହପୁରରୁ ୯୧, କେନ୍ଦୁଝରରୁ ୭୨, ସୁନ୍ଦରଗଡରୁ ୬୪, ନୟାଗଡରୁ ୬୨, କେନ୍ଦ୍ରାପଡାରୁ ୫୯, ରାୟଗଡାରୁ ୩୩, କୋରାପୁଟରୁ ୩୨, ମାଲକାନଗିରିରୁ ୩୨, ଝାରସୁଗୁଡାରୁ ୨୬, ସମ୍ବଲପୁରରୁ ୨୫, ବୌଦ୍ଧରୁ ୨୧, କନ୍ଧମାଳରୁ ୨୦, ନବରଙ୍ଗପୁରରୁ ୧୮, ସୁବର୍ଣ୍ଣପୁରରୁ ୧୭, ବରଗଡରୁ ୧୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଗଜପତିରୁ ୯, ଗଞ୍ଜାମରୁ ୮, ବଲାଙ୍ଗିରରୁ ୫, ଦେବଗଡରୁ ୫, ଓ ନୂଆପଡାରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୯ ଲକ୍ଷ ୨୯ ହଜାର ୭୮୮କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୯୭ ହଜାର ୩୬୨ । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୮ ହଜାର ୧୫ ରହିଛି ।

COVID-19COVID-19 Positive Cases in Odisha