ଉତ୍ତର ପଶ୍ଚିମବଙ୍ଗ, ମେଘାଳୟରେ ଭୂକମ୍ପର ଝଟକା | News Room Odisha

ଉତ୍ତର ପଶ୍ଚିମବଙ୍ଗ, ମେଘାଳୟରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ: ବୁଧବାର ସକାଳେ ମେଘାଳୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଉତ୍ତର ବେଙ୍ଗଲର କିଛି ଅଞ୍ଚଳରେ ମଧ୍ୟ ଭୂକମ୍ପର କମ୍ପନ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ଉତ୍ତର ପ୍ରଦେଶର ଦାର୍ଜିଲିଂ ଏବଂ କୋଚ ବେହେରା ସମେତ ଅନେକ ଅଞ୍ଚଳରେ ଏହାର ଝଟକା ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୫.୨ ଆକଳନ କରାଯାଇଛି । ଏ‌ହାର କେନ୍ଦ୍ରସ୍ଥଳ ମେଘାଳୟର ତୁରା ଥିଲା। ଏଥିରେ କୌଣସି ଧନଜୀବନ ନଷ୍ଟ ହୋଇଥିବାର ସୂଚନା ନାହିଁ ।