ଦିଲ୍ଲୀରେ ୧୦୦ ଟପିଲା ପେଟ୍ରୋଲ୍ | News Room Odisha

ଦିଲ୍ଲୀରେ ୧୦୦ ଟପିଲା ପେଟ୍ରୋଲ୍

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ଟପିଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ଏବଂ ଡିଜେଲ ୧୭ ପଇସା ମହଙ୍ଗା ହୋଇଛି। ଦିଲ୍ଲୀରେ ଏବେ ପେଟ୍ରୋଲ ଦର ୧୦୦ .୨୧ ଟଙ୍କାରେ ବିକ୍ରି ହେଉଛି | ଡିଜେଲ ଲିଟର ପିଛା ଦର ୮୯.୫୩ ଟଙ୍କା ରହିଛି। ଏହାପୂର୍ବରୁ ସୋମବାର ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଥିଲା।

ଗତ ଦୁଇ ମାସ ମଧ୍ୟରେ ସାରା ଦେଶରେ ଇନ୍ଧନ ହାର ରେକର୍ଡ ସ୍ତରରେ ପହଞ୍ଚିଛି। ମେ ୧ରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୦.୪୦ ଟଙ୍କା ଥିଲା । ଗତ ୬୮ ଦିନ ମଧ୍ୟରେ ପେଟ୍ରୋଲ ଦର ୯.୮୧ ଟଙ୍କା ମହଙ୍ଗା ହୋଇଛି । ସେହିଭଳି ରାଜଧାନୀରେ ଡିଜେଲ ମୂଲ୍ୟ ମଧ୍ୟ ଗତ ଦୁଇ ମାସରେ ୮.୮୦ ଟଙ୍କା ବୃଦ୍ଧି ପାଇଛି। ଗତ ଦୁଇ ମାସରେ ତୈଳଦର ୩୨ ଥର ବୃଦ୍ଧି ଘଟିଛି |