ମୋଦି ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଓ ଅଦଳବଦଳ, ୧୨ ମନ୍ତ୍ରୀ ବିଦା, ୧୦ ଜଣଙ୍କୁ ପଦୋନ୍ନତି, ୩୩ ନୂଆ ମୁହଁ ମଧ୍ୟରେ ଓଡିଶାରୁ ଦୁଇ | News Room Odisha

ମୋଦି ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଓ ଅଦଳବଦଳ, ୧୨ ମନ୍ତ୍ରୀ ବିଦା, ୧୦ ଜଣଙ୍କୁ ପଦୋନ୍ନତି, ୩୩ ନୂଆ ମୁହଁ ମଧ୍ୟରେ ଓଡିଶାରୁ ଦୁଇ

ନୂଆଦିଲ୍ଲୀ – ନରେନ୍ଦ୍ର ମୋଦି ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଓ ଅଦଳବଦଳ କରାଯାଇଛି । ୧୦ ମନ୍ତ୍ରୀଙ୍କୁ ପଦୋନ୍ନତି ମିଳିଥିବା ବେଳେ ୩୩ ନୂଆ ମୁହଁଙ୍କୁ ସାମିଲ କରାଯାଇଛି । ୩୩ ନୂଆ ମୁହଁଙ୍କ ମଧ୍ୟରୁ କିଛି କ୍ୟାବିନେଟ ଓ ଆଉ କିିଛି ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି । ପ୍ରଥମେ ନାରାୟଣ ରାଣେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସର୍ବାନନ୍ଦ ସୋ ନୋୱାଲ, ଡକ୍ଟର ବିରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ୱିନୀ ବୈଷ୍ଣବ, ପଶୁପତି ପାରସ , କିରଣ ରିଜିଜୁ , ଅନୁରାଗ ସିଂହ ଠାକୁର , ହରଦୀପ ସିଂହ ପୁରୀ, ରାଜକୁମାର ସିଂହ ପ୍ରମୁଖ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଏକ ଡଜନ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ପ୍ରମୁଖ ଅଛନ୍ତି ହର୍ଷବର୍ଦ୍ଧନ, ରବିଶଙ୍କର ପ୍ରସାଦ, ପ୍ରକାଶ ଜାଭଡେକର, ରମେଶ ପୋଖରିୟଲ ନିଶାଙ୍କ, ସଦାନନ୍ଦ ଗୌଡା, ସନ୍ତୋଷ ଗଙ୍ଗୱର, ପ୍ରତାପ ଷଡଙ୍ଗୀ, ବାବୁଲ ସୁପ୍ରିୟୋ ।

ଓଡିଶାର ଦୁଇ ସାଂସଦଙ୍କୁ ନୂଆ ମନ୍ତ୍ରୀ କରାଯାଇଛି । ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବ ଓ ମୟୂରଭଂଜ ଲୋକସଭା ସଦସ୍ୟ ବିଶେଶ୍ୱର ଟୁଡୁ ।