ନୂଆପଡ଼ା: ଗ୍ରାମ୍ୟ ନ୍ୟାୟାଳୟ ଏବଂ ଜେ.ଏମ୍.ଏଫ୍.ସି କାର୍ଯ୍ୟାଳୟ ଉଦ୍‌ଘାଟିତ | News Room Odisha

ନୂଆପଡ଼ା: ଗ୍ରାମ୍ୟ ନ୍ୟାୟାଳୟ ଏବଂ ଜେ.ଏମ୍.ଏଫ୍.ସି କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲାର କୋମନାଠାରେ ଗ୍ରାମ୍ୟ ନ୍ୟାୟାଳୟ ଏବଂ ସିନାପାଲିଠାରେ ଜେ.ଏମ୍.ଏଫ୍.ସି କାର୍ଯ୍ୟାଳୟକୁ ଓଡ଼ିଶାର ଉଚ୍ଚନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡକ୍ଟର ଏସ୍ . ମୁରଲୀଧର ଭର୍ଚୁଆଲ୍ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି ।

ଓଡ଼ିଶା ହାଇକୋର୍ଟର ମାନ୍ୟବର ନ୍ୟାୟମୂର୍ତ୍ତି ଏସ୍.କେ. ସାହୁ ଏବଂ ନୂଆପଡ଼ା କୋର୍ଟର ଆଡ୍‌ମିନିଷ୍ଟ୍ରେଟିଭ୍ ଜଜ୍ ଭର୍ଚୁଆଲ ବୈଠକରେ ଉପସ୍ଥିତ ଥିଲେ । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ନ୍ୟାୟମୂର୍ତ୍ତି ବିଶ୍ୱଜିତ୍ ମହାନ୍ତି , ମାନ୍ୟବର ନ୍ୟାୟମୂର୍ତ୍ତି ଏସ୍ . ପୂଜାହାରି , ମାନ୍ୟବର ନ୍ୟାୟମୂର୍ଭ ବିଶ୍ଵନାଥ ରଥ , ମାନ୍ୟବର ନ୍ୟାୟମୂର୍ତ୍ତି ସାବିତ୍ରୀ ରଥ ଉପସ୍ଥିତ ରହି ଏହି ଅବସରରେ ଭର୍ଚୁଆଲ୍ ମାଧ୍ୟମରେ ଉପସ୍ଥିତ ଥିଲେ ।