ବେଙ୍ଗାଲୁରୁ ହିଂସା: ଏସଡିପିଆଇ କାର୍ଯ୍ୟାଳୟ ସମେତ ୪୩ଟି ସ୍ଥାନରେ ଏନଆଇଏର ଚଢାଉ | News Room Odisha

ବେଙ୍ଗାଲୁରୁ ହିଂସା: ଏସଡିପିଆଇ କାର୍ଯ୍ୟାଳୟ ସମେତ ୪୩ଟି ସ୍ଥାନରେ ଏନଆଇଏର ଚଢାଉ

ବେଙ୍ଗାଲୁରୁ – ବେଙ୍ଗାଲୁରୁ ଦଙ୍ଗା ମାମଲାରେ ବୁଧବାର ଏନଆଇଏ ତରଫରୁ ସହରର ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି । ଏନଆଇଏ ଟିମ୍ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ)ର ରାଜନୈତିକ ଶାଖା ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ୍ ଇଣ୍ଡିଆ (ଏସଡିପିଆ)ର କାର୍ଯ୍ୟାଳୟ ସମେତ ୪୩ଟି ସ୍ଥାନରେ ଚଢାଉ କରିଛି ।

ଏହିସବୁ ସ୍ଥାନରୁ ଏନଆଇଏ ବହୁ ସମ୍ବେଦନଶୀଳ କାଗଜପତ୍ର ଜବତ କରିଛି । ଅଗଷ୍ଟ ୧୧ରେ ବେଙ୍ଗାଲୁରୁର ଡିଜେ ହାଲି ଓ କେଜି ହାଲି ପୋଲିସ୍ ଷ୍ଟେସନରେ ପଶି ବ୍ୟାପକ ଭଙ୍ଗାରୁଜା ହୋଇଥିଲା । ଏଥିରେ କିଛି ପୋଲିସ୍ କର୍ମଚାରୀ ଆହତ ହୋଇଥିବା ବେଳେ ପୋଲିସ ଷ୍ଟେସନ କୋଠା ସହ ସରକାରୀ ଓ ଘରୋଇ ସମ୍ପତି ନଷ୍ଟ ହୋଇଥିଲା । ଏନଆଇଏ ସଚୂନା ଅନୁସାରେ ଡିଜେ ହାଲି ପୋଲିସ ଷ୍ଟେସନ ମାମଲାରେ ଏଯାବତ ୧୨୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ କେଜି ହାଲି ଥାନା ଭଙ୍ଗାରୁଜା ମାମଲାରେ ୧୬୯ ଜଣଙ୍କୁ ଅଟକ ରଖାଯାଇଛି । ତଲାସି ବେଳେ ଅନେକ ମାରଣାସ୍ତ୍ର ମଧ୍ୟ ଜବତ ହୋଇଥିବା ଏନଆଇଏ କହିଛି ।