କରୋନା ଅପଡେଟ୍: ପୁଣି ବଢ଼ିଲା ସଂକ୍ରମଣ, ଦିନକରେ ୪୫,୮୯୨ ନୂଆ ମାମଲା, ୮୧୭ ମୃତ | News Room Odisha

କରୋନା ଅପଡେଟ୍: ପୁଣି ବଢ଼ିଲା ସଂକ୍ରମଣ, ଦିନକରେ ୪୫,୮୯୨ ନୂଆ ମାମଲା, ୮୧୭ ମୃତ

ନୂଆଦିଲ୍ଲୀ: କରୋନା ମହାମାରୀର ବିପଦ ଏବେ ବି ଜାରି ରହିଛି। ପ୍ରତିଦିନ ହାରାହାରି ୪୫ ହଜାର ନୂଆ ମାମଲା ରିପୋର୍ଟ ହେଉଛି | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୪୫,୮୯୨ଟି ନୂଆ ମାମଲା ରେକର୍ଡ କରାଯାଇଛି । ଦିନକରେ ୮୧୭ ରୋଗୀ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୪୪,୨୯୧ ଜଣ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଛନ୍ତି , ଅର୍ଥାତ୍ ଗତକାଲି ୭୮୪ ସକ୍ରିୟ ମାମଲା ବୃଦ୍ଧି ପାଇଛି।

ଦେଶରେ ଏବେ ମୋଟ କରୋନା ମାମଲା ତିନି କୋଟି ୭ ଲକ୍ଷ ୯ ହଜାର ୫୫୭କୁ ବୃଦ୍ଧି ପାଇଛି । ଏଯାବତ ମୋଟ ଦୁଇ କୋଟି ୯୮ ଲକ୍ଷ ୪୩ ହଜାର ୮୨୫ ଲୋକ ସୁସ୍ଥ ହୋଇଥିବା ବେଳେ ୪ ଲକ୍ଷ ୫ ହଜାର ୨୮ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ବର୍ତ୍ତମାନ ୪ ଲକ୍ଷ ୬୦ ହଜାର ୭୦୪ ସକ୍ରିୟ ମାମଲା ଅଛନ୍ତି ।

ଜୁଲାଇ ୭ ପର୍ଯ୍ୟନ୍ତ ସାରା ଦେଶରେ ୩୬ କୋଟି ୪୮ ଲକ୍ଷ କରୋନା ଟିକା ଦିଆଯାଇଛି। ଗତ ୨୪ ଘଣ୍ଟାରେ ୩୩ ଲକ୍ଷ ୮୧ ହଜାର ଟିକା ଦିଆଯାଇଥିଲା। ଏଥି ସହିତ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୨ କୋଟି ୫୨ ଲକ୍ଷ କରୋନା ପରୀକ୍ଷା କରାଯାଇଛି। ଗତ ଦିନରେ ପ୍ରାୟ ୧୯ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ୩ ପ୍ରତିଶତରୁ କମ୍ |

COVID-19