ରଥଯାତ୍ରା ପୂର୍ବରୁ ସେବାୟତଙ୍କ କୋଭିଡ ଟେଷ୍ଟ ଆରମ୍ଭ | News Room Odisha

ରଥଯାତ୍ରା ପୂର୍ବରୁ ସେବାୟତଙ୍କ କୋଭିଡ ଟେଷ୍ଟ ଆରମ୍ଭ

ପୁରୀ – ରଥଯାତ୍ରା ପାଇଁ ସେବାୟତଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । ୩ ହଜାର ସେବାୟତ, ୧ ହଜାର ରଥ ନିର୍ମାଣ ସେବକ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ୩ ହଜାର ପୋଲିସ କର୍ମଚାରୀ, ୧ ହଜାର ସାମ୍ବାଦିକ ଓ ପ୍ରଶାସନିକ କର୍ମଚାରୀଙ୍କ ବ କୋଭିଡ ଟେଷ୍ଟ ହେବ । ମୋଟ ୭ଟି କେନ୍ଦ୍ରରେ ୮ ହଜାର ଟେଷ୍ଟ କରିବାକୁ ବ୍ୟବସ୍ଥା ହୋଇଛି ।