ଭିଜିଲାନ୍ସ ଜାଲରେ ଟିଟିଲାଗଡ ୱେୟାରହାଉସର ଅବସରପ୍ରାପ୍ତ ଅଧୀକ୍ଷକ | News Room Odisha

ଭିଜିଲାନ୍ସ ଜାଲରେ ଟିଟିଲାଗଡ ୱେୟାରହାଉସର ଅବସରପ୍ରାପ୍ତ ଅଧୀକ୍ଷକ

ବଲାଙ୍ଗିର – ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ ୱେୟାର ହାଉସର ଅବସରପ୍ରାପ୍ତ ଅଧୀକ୍ଷକ ଗଣପତି ପୁରୋହିତଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ବଲାଙ୍ଗିରର ପ୍ୟାଲେସ ଲାଇନ ସ୍ଥିତ ତାଙ୍କ ଘର ସମେତ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଦୁଇଟି ନୂଆ ଘର ଉପରେ ଚଢାଉ ହୋଇଛି । ଗଣପତି ପୁରୋହିତଙ୍କ ପତ୍ନୀ ଶିକ୍ଷୟିତ୍ରୀ ଥିବା ସ୍କୁଲରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ଏହି ଚଢାଉରେ ବଲାଙ୍ଗିର, ସୋନପୁର, ବରଗଡ ଓ ସମ୍ବଲପୁର ଭିଜିଲାନ୍ସ ଟିମ୍ ସାମିଲ ହୋଇଛନ୍ତି । ପୁରୋହିତଙ୍କ ବ୍ୟାଙ୍କ ଆକାଂଉଟ ସହ ସ୍ଥାବର ଓ ଅସ୍ଥାବର ସଂପତ୍ତିର ଆକଳନ କରାଯାଉଛି ।