ଦେଶରେ ଆଉ ୪୫,୫୭୬ ଆକ୍ରାନ୍ତ ଚିହ୍ନଟ, ୫୮୫ ମୃତ | News Room Odisha

ଦେଶରେ ଆଉ ୪୫,୫୭୬ ଆକ୍ରାନ୍ତ ଚିହ୍ନଟ, ୫୮୫ ମୃତ

ନୂଆଦିଲ୍ଳୀ – ଭାରତରେ ଗତ ୨୪ ଘଣ୍ଟାରେ ଆଉ ୪୫,୫୭୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଯାହା ଗତକାଲି ଅପେକ୍ଷା ୧୮% ଅଧିକ । ଦିନକରେ ଆଉ ୫୮୫ ଜଣଙ୍କ ମୃତ୍ୟୁ ବି ହୋଇଛି । ତେବେ ଆଶ୍ୱସ୍ତିକର ବିଷୟ ଯେ, ଦୈନିକ ସଂକ୍ରମିତ ସଂଖ୍ୟା ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୪୮,୪୯୩ ରୋଗୀ କରୋନରୁ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ, ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୮୯ ଲକ୍ଷ ୫୮ ହଜାରରେ ପହଞ୍ଚିଛି । କରୋନାରେ ଏଯାବତ ଦେଶରେ ୧ ଲକ୍ଷ ୩୧ ହଜାର ୫୭୮ଲୋକଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବି କମିବାରେ ଲାଗିଛି । ଦେଶରେ ଏବେ ୪ ଲକ୍ଷ ୪୩ ହଜାର ରୋଗୀ ଚିକିତ୍ସାଧୀନ ଅଛନ୍ତି । କରୋନାରୁ ଏ ଯାଏଁ ମୋଟ ୮୩ ଲକ୍ଷ ୮୩ ହଜାର ୬୦୨ ଲୋକ ସୁସ୍ଥ ହୋଇସାରିଲେଣି ।

COVID-19