ଦିଲ୍ଲୀରେ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ଟପିଲା, ଦିନକରେ ରେକର୍ଡ ୧୩୧ ମୃତ | News Room Odisha

ଦିଲ୍ଲୀରେ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ଟପିଲା, ଦିନକରେ ରେକର୍ଡ ୧୩୧ ମୃତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ପ୍ରକୋପ ବଢି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ରେକର୍ଡ ୧୩୧ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୭୪୮୬ ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏଥି ସହିତ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ପାଞ୍ଚ ଲକ୍ଷ ଟପିଛି ।

କରୋନାର ଦ୍ୱିତୀୟ ପ୍ରବାହରେ ଗତ ୬ ଦିନରେ ୬୦୦ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଛନ୍ତି | ଏହାସହିତ ଏଠାରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୭୯୪୩ରେ ପହଞ୍ଚିଛି | ଗତ ୨୪ ଘଣ୍ଟାରେ ଏଠାରେ ପ୍ରାୟ ସାଢେ ୭ ହଜାର ନୂଆ କରୋନା ଆସିବା ପରେ ମୋଟ ସଂକ୍ରମିତ ସଂଖ୍ୟା ୫,୦୩,୦୮୪ କୁ ବୃଦ୍ଧି ପାଇଛି। ଦିଲ୍ଲୀରେ ପଜିଟିଭିଟି ହାର ୧୩ ପ୍ରତିଶତରୁ ଅଧିକ ଥିବାବେଳେ ଆରୋଗ୍ୟ ହାର ପ୍ରାୟ ୯୦ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୩୧ ଜଣଙ୍କର ମୃତ୍ୟୁ ଯୋଗୁଁ ଗତ ଛଅ ଦିନ ମଧ୍ୟରେ ମୃତ୍ୟସଂଖ୍ୟା ୬୦୦ ରୁ ଉର୍ଦ୍ଧ୍ବ ହୋଇଛି ।

COVID-19