ସୁରକ୍ଷା ବାହିନୀ-ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ: ୪ ଆତଙ୍କବାଦୀ ନିହତ | News Room Odisha

ସୁରକ୍ଷା ବାହିନୀ-ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ: ୪ ଆତଙ୍କବାଦୀ ନିହତ

ଶ୍ରୀନଗର – ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର ଅପରେସନ ଜାରି ରହିଛି। ଆଜି ସକାଳେ ସୁରକ୍ଷା ବାହିନୀ-ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଗୁଇନ୍ଦା ବିଭାଗ ତରଫରୁ ସୂଚନା ମିଳିବା ପରେ ନାଗ୍ରୋଟାଠାରେ ସୁରକ୍ଷା କଡାକଡି କରାଯାଇଥିଲା ଏବଂ ପ୍ରତ୍ୟେକ ବ୍ଲକ୍ ଦେଇ ଯିବା ଆସିବା କରୁଥିବା ଯାନବାହନର ଯାଞ୍ଚ୍ ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ ବ୍ୟାନ୍ ଟୋଲ୍ ପ୍ଲାଜା ନିକଟରେ ଯାଞ୍ଚ୍ ବେଳେ ଟ୍ରକ୍ ରେ ଯାଉଥିବା ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲା। ଗୁଳି ଚଳାଇବା ପରେ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲ ଆଡକୁ ଦୌଡ଼ିବାକୁ ଲାଗିଥିଲେ । ଏହାପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୪ ଆତଙ୍କବାଦୀ ନିହତ ହୋଇଥିବା ସୂତ୍ରରୁ ପ୍ରକାଶ। ଏନକାଉଣ୍ଟର ଯୋଗୁଁ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ରହିଛି।

ସୂଚନା ଅନୁସାରେ, ଜାମ୍ମୁ-ଶ୍ରୀନଗର ରାଜପଥ ଦେଇ ଟ୍ରକ ଯୋଗେ କାଶ୍ମୀରକୁ ୩-୪ ଆତଙ୍କବାଦୀ ଯିବାକୁ ଚେଷ୍ଟା କରୁଥିଲେ। ଏହା ଜାଣିବା ପରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଘେରି ଯାଇଥିଲେ ଏବଂ ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହି ଘଟଣା ଯୋଗୁଁ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ନାଗ୍ରୋଟା ଠାରେ ସୁରକ୍ଷା କଡାକଡି କରାଯାଇଛି।
ସୁରକ୍ଷା ବାହିନୀ କହିଛି ଯେ ଗାଡ଼ି ଯାଞ୍ଚ କରିବା ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଆତଙ୍କବାଦୀମାନେ କାଶ୍ମୀରରୁ ଟ୍ରକରେ ଆସୁଥିବା ସମ୍ପର୍କରେ ସୁରକ୍ଷା ବାହିନୀକୁ ସୂଚନା ଦିଆଯାଇଥିଲା। ଏହାକୁ ଯାଞ୍ଚ କରିବା ପାଇଁ ରାଜପଥରେ ଏକ ବ୍ଲକ ଲଗାଇ ଗାଡିର ଯାଞ୍ଚ ଆରମ୍ଭ ହୋଇଥିଲା। ଅଟକ ରଖାଯାଇଥିବା ଟ୍ରକରେ ଜାମ୍ମୁ କାଶ୍ମୀରର ନମ୍ବର ରହିଛି। ଆତଙ୍କବାଦୀଙ୍କ ଟ୍ରକରୁ ବିପୁଳ ପରିମାଣର ଗୁଳି ଜବତ କରାଯାଇଛି।