ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ୍ | News Room Odisha

ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ୍

ଭୁବନେଶ୍ୱର – ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଓ ସମବାୟ ସଂସ୍ଥାରୁ ବେଆଇନ୍ ଭାବେ ନିଜର ଚିକିତ୍ସା ଖର୍ଚ୍ଚ ଓ ବୋନଓ ନେଇଥିବା ଅଭିଯୋଗକୁ ଖାରଜ କରିଦେଇଛନ୍ତି ଲୋକାୟୁକ୍ତ । ଚିକିତ୍ସା ଖର୍ଚ୍ଚ ପାଇବାର ହକଦାର ହୋଇ ମଧ୍ୟ ତାକୁ ଫେରାଇ ଦେଇଥିବାରୁ ବିଷ୍ଣୁପଦଙ୍କୁ ଲୋକାୟୁକ୍ତ ଓଲଟା ପ୍ରଶଂସା କରିଛନ୍ତି । ତାଙ୍କ ବିରୋଧରେ ଜଣେ ସୂଚନା ଅଧିକାର କର୍ମୀ ଲୋକାୟୁକ୍ତଙ୍କ ନିକଟରେ ଦୁଇଟି ଗୁରୁତର ଅଭିଯୋଗ ଆଣିଥିଲେ । ବିଷ୍ଣୁପଦ ସେଠୀ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍ ପରିଚାଳନା ଦାୟିତ୍ୱରେ ଥିବା ବେଳେ ତାଙ୍କ ବାପା ଓ ପତ୍ନୀଙ୍କ ଚିକିତ୍ସା ଖର୍ଚ୍ଚ ବାବଦ ୯ ଲକ୍ଷ ୪୬ ହଜାର ୨୭୨ ଟଙ୍କା ଓଏସସିସିବରୁ ନେଇଥିବା ଅଭିଯୋଗ ହୋଇଥିଲା । ସେଠୀ କ୍ଷମତାର ଅପବ୍ୟବହାର କରି ସୁବିଧା ହାସଲ କରିଥିବା ଅଭିଯୋଗ ହୋଇଥିଲା । ଏହାଛଡା ଓଏସସିବିର ନିୟମିତ କର୍ମଚାରୀ ନ ହୋଇ ମଧ୍ୟ ସଂସ୍ଥାର ଲାଭାଂଶ ଭାଗ ବୋନସ ଆକାରରେ ସେ ନେଇଥିଲେ ବୋଲି ଲୋକାୟୁକ୍ତଙ୍କଠାରେ ଅଭିଯୋଗ ହୋଇଥିଲା ।

ତେବେ ଏହି ଅଭିଯୋଗର କୌଣସି ଆଧାର ନାହିଁ ବୋଲି ସ୍ପଷ୍ଟ କରି ଲୋକାୟୁକ୍ତ ବିଷ୍ଣୁପଦ ସେଠୀଙ୍କୁ କ୍ଲିନଚିଟ୍ ଦେଇ ରାୟ ଶୁଣାଇଛନ୍ତି ।