ବୌଦ୍ଧ-କନ୍ଧମାଳ ସୀମାରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ, ଆହତ ୨ ଏସଓଜି ଯବାନଙ୍କୁ ହେଲିକପ୍ଟରରେ ଭୁବନେଶ୍ୱର ଆଣିଲେ ଡିଜିପି | News Room Odisha

ବୌଦ୍ଧ-କନ୍ଧମାଳ ସୀମାରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ, ଆହତ ୨ ଏସଓଜି ଯବାନଙ୍କୁ ହେଲିକପ୍ଟରରେ ଭୁବନେଶ୍ୱର ଆଣିଲେ ଡିଜିପି

ଫୁଲବାଣୀ – ବୈାଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ହୋଇଛି । କନ୍ଧମାଳର ଗୋଚ୍ଛାପଡା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଉଭୟ ପକ୍ଷ ମଧ୍ୟରେ ହୋଇଛି ଗୁଳି ବିନିମୟ । ୮ ଘଂଟାରୁ ଅଧିକ ସମୟ ଗୁଳି ବିନିମୟ ହୋଇଛି । ଏଥିରେ ୨ ଏସଓଜି ଯବାନ ଗୁରୁତର ଆହତ ହୋଇଥିବା ଆଇଜି ( ଅପରେସନ ) ଅମିତାଭ ଠାକୁର ସୂଚନା ଦେଇଛନ୍ତି । କୋରାପୁଟ ଓ ମାଲକାନଗିରି ଗସ୍ତରେ ଥିବା ଡିଜିପି ଅଭୟ ଗସ୍ତ ବାତିଲ କରି ହେଲିକପ୍ଟରରେ ଆହତ ଯବାନଙ୍କୁ ଭୁବନେଶ୍ୱର ଆଣିଛନ୍ତି ।