ଅଭାବନୀୟ ଘଟଣା : ରାୟଗଡା ହସପିଟାଲ କୋଠାରୁ ଡେଇଁ ଚିକିତ୍ସାଧୀନ ଯୁବତୀଙ୍କ ଆତ୍ମହତ୍ୟା | News Room Odisha

ଅଭାବନୀୟ ଘଟଣା : ରାୟଗଡା ହସପିଟାଲ କୋଠାରୁ ଡେଇଁ ଚିକିତ୍ସାଧୀନ ଯୁବତୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର – ରାୟଗଡା ହସପିଟାଲରେ ଅଭାବନୀୟ ଘଟଣା ଘଟିଛି । ଚିକିତ୍ସା ହେବାକୁ ହସପିଟାଲରେ ଭର୍ତ୍ତି ହୋଇଥିବା ଜଣେ ଯୁବତୀ ୩ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଆଜି ଭୋରରେ ଏହି ଘଟଣା ଘଟିଥିଲା । ମୃତ ଯୁବତୀ ସଦର ଥାନା ତୁମ୍ବିଗୁଡା ଗାଁର ବାସିନ୍ଦା ବୋଲି ଜଣାପଡିଛି । ଯୁବତୀଜଣକ ଗତ ୭ ତାରିଖରେ ଅସୁସ୍ଥତା ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଜ୍ୱର ହୋଇଥିଲା । ଚିକିତ୍ସାଧୀନ ଥିବା ବେଳେ ଆଜି ଭୋର୍ ପ୍ରାୟ ୪ଟାରେ ସେ ବାଥରୁମକୁ ଯାଇ ଭିତରପଟୁ କବାଟ ବନ୍ଦ କରି ଦେଇଥିଲେ । ଏହାପରେ ବାଥରୁମର କାଚଝରକା ଭାଙ୍ଗି ତଳକୁ ଡେଇଁ ପଡିଥିବା କୁହାଯାଇଛି । ପୋଲିସ ଘଟଣାର ତଦନ୍ତ ଚଳାଇଛି ।