ରଥଯାତ୍ରା ସୁରକ୍ଷା : ନିୟୋଜିତ ହେବେ ୬୫ ପ୍ଲାଟୁନ ଫୋର୍ସ, ୧୨ ଜୋନରେ ବିଭକ୍ତ ହେବ ପୁରୀ ସହର | News Room Odisha

ରଥଯାତ୍ରା ସୁରକ୍ଷା : ନିୟୋଜିତ ହେବେ ୬୫ ପ୍ଲାଟୁନ ଫୋର୍ସ, ୧୨ ଜୋନରେ ବିଭକ୍ତ ହେବ ପୁରୀ ସହର

ଭୁବନେଶ୍ୱର- ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଏଡିଜି ଆର.କେ ଶର୍ମା । ରଥଯାତ୍ରା ପାଇଁ ୬୫ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । ସୁରକ୍ଷା ଦୃଷ୍ଟିରୁ ପୁରୀ ସହରକୁ ମୋଟ ୧୨ଟି ଜୋନରେ ବିଭକ୍ତ କରାଯିବ । କେବଳ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ୪ଟି ଜୋନ୍ ହେବ । ସହରର ମୁଖ୍ୟ ପ୍ରବେଶ ପଥ ଓ ବଡଦାଣ୍ଡର ଛାତ ଉପରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବ । ୩୧ ଜଣ ଡିଏସପି ଓ ସହକାରୀ କମାଣ୍ଡର୍ ମୁତୟନ ହେବେ । ୬୪ ଜଣ ଆଇଆଇସି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ ।