କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ପ୍ରସଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା: ଦ୍ୱନ୍ଦ୍ୱରେ ନ ରହନ୍ତୁ ଛାତ୍ରଛାତ୍ରୀ | News Room Odisha

କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ପ୍ରସଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା: ଦ୍ୱନ୍ଦ୍ୱରେ ନ ରହନ୍ତୁ ଛାତ୍ରଛାତ୍ରୀ

ଭୁବନେଶ୍ୱର- କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ଏ ନେଇ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ରହନ୍ତୁ ନାହିଁ । ସେ କହିଛନ୍ତି ଯେ, ବିଳମ୍ବରେ ପରୀକ୍ଷା ହୋଇ ମଧ୍ୟ ଅକ୍ଟୋବର ୩୧ରେ ୟୁଜି ଓ ପିିଜି ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।

ନୂଆଶ୍ରେଣୀ ପାଇଁ ଏଂଟ୍ରାନ୍ସ ବି ହୋଇଛି । ଯୁକ୍ତ ୩ ପ୍ରଥମ ବଷର ନାମଲେଖା ପ୍ରାୟ ସରିଆସିଲାଣି । ଆଗାମୀ ଦିନରେ ପିଜି ନାମଲେଖା ହେବାକୁ ଯାଉଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି । ରାଜ୍ୟରେ କୋରୋନା କମିଛି । ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ପରୀକ୍ଷା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଘରେ ଖାଲିରେ ନ ବସି ପାଠ ପଢିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।