ହୀରାକୁଦରୁ ଛଡାଗଲା ପ୍ରଥମ ବନ୍ୟାଜଳ, ୨ ଗେଟ୍ ଖୋଲିଲା | News Room Odisha

ହୀରାକୁଦରୁ ଛଡାଗଲା ପ୍ରଥମ ବନ୍ୟାଜଳ, ୨ ଗେଟ୍ ଖୋଲିଲା

ସମ୍ବଲପୁର: ହୀରାକୁଦରୁ ଆଜି ପ୍ରଥମ ବନ୍ଯାଜଳ ନିଷ୍କାସିତ ହୋଇଛି । ଲେପ୍ଟ ପଟର ଦୁଇଟି ଗେଟ୍ ଖୋଲାଯାଇ ପ୍ରାୟ ୨୭ ଲଖ୍ୟ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ପୂଜାର୍ଚ୍ଚନା ପରେ ବାମ ପାର୍ଶ୍ୱ ରେ ପ୍ରଥମେ ଗୋଟିଏ ପରେ ଗୋଟିଏ ସମୁଦାୟ ୨ଟି ସୁଇସ ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଥିବା ପରବର୍ତ୍ତୀ ସମୟରେ ଉପର ମୁଣ୍ଡରେ ବର୍ଷା ବଢିଲେ ପରିସ୍ଥିତି ଦେଖି ଆଗକୁ ଆଉ ଗେଟ ଖୋଲା ଯିବ କି ନାହିଁ ସେ ଦିଗରେ ପଦକ୍ଷେପ ନେବେ ଡେମ କର୍ତ୍ତୃପକ୍ଷ । ତେବେ ହୀରାକୁଦ ଜଳଭଣ୍ଡାର କୁ ବର୍ତମାନ ଉପରମୁଣ୍ଡରୁ ୬୩,୬୧୨ କ୍ୟୁସେକ ଜଳ ପ୍ରତି ସେକେଣ୍ଡ ରେ ପ୍ରବେଶ କରୁଥିବା ରୁ ପ୍ରଥମ ପର୍ଯ୍ୟାୟରେ କେବଳ ବାମ ପାର୍ଶ୍ୱରେ ଥିବା ଗେଟଅଧ୍ୟାରୁ ୨ଟି ସୁଇସ ଗେଟ ଦେଇ ଜଳ ନିଷ୍କାସନ ହେଉଛି ।

HIrakud Dam