ଆଜି ତିନିରଥର ଦକ୍ଷିଣୀ ମୋଡ଼, ରଥଖଳାରୁ ରଥ ଯିବ ସିଂହଦ୍ଵାରକୁ | News Room Odisha

ଆଜି ତିନିରଥର ଦକ୍ଷିଣୀ ମୋଡ଼, ରଥଖଳାରୁ ରଥ ଯିବ ସିଂହଦ୍ଵାରକୁ

ଆଜି ତିନିରଥ ଦକ୍ଷିଣୀ ମୋଡ଼ ହୋଇ ସିଂହଦ୍ଵାରରେ ଲାଗିବ। ଆସନ୍ତା କାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ରଥଖଳାରେ ତିନିରଥର ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି। ଆଜି ମହାପ୍ରଭୁଙ୍କ ସକାଳ ଧୂପ ଶେଷ ହେବାପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ରଥଖଳାକୁ ଆଜ୍ଞାମାଳ ବିଜେ କରିବେ। ରଥରେ ଆଜ୍ଞାମାଳ ଲାଗିପରେ ଘଣ୍ଟୁଆ, ଭୋଇସେବକ ଓ ପୋଲିସ ପ୍ରଶାସନ ଦ୍ୱାରା ରଥ ତ୍ରୟକୁ ସିଂହଦ୍ଵାର ଅଣାଯିବ। ସର୍ବ ପ୍ରଥମେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ତାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ଵଜ ରଥ ଟଣା ଯାଇ ସିଂହଦ୍ଵାରକୁ ଅଣାଯିବ। ରଥ ତିନୋଟି ପଛମୁଁହା ହୋଇ ଦକ୍ଷିଣ ଦିଗକୁ ଟଣା ଯାଉଥିବାରୁ ଏହାକୁ ରଥର ଦକ୍ଷିଣୀ ମୋଡ଼ କୁହାଯାଏ। ଏହି ରଥ ଆସନ୍ତା କାଲି ଶ୍ରୀମନ୍ଦିର ପୁରୋହିତଙ୍କ ଦ୍ଵାରା ବୈଦିକ ବିଧାନରେ ପ୍ରତିଷ୍ଠା ହେବାପରେ ଏହି ରଥରେ ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ।

Puri Jagannath TempleRath Yatra