ରାଜ୍ୟରେ ଗତ ୨୪ ଘଂଟାରେ ୮୬୮ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୬ | News Room Odisha

ରାଜ୍ୟରେ ଗତ ୨୪ ଘଂଟାରେ ୮୬୮ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୬

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୬୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୪୯୯ ଓ ସ୍ଥାନୀୟ ଅଂଚଳରୁ ୩୬୯ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୬, ସୁନ୍ଦରଗଡ ଜିଲ୍ଲାରୁ ୮୭, କଟକ ଜିଲ୍ଲାରୁ ୬୪, ଅନୁଗୁଳରୁ ୫୪, ନୂଆପଡାରୁ ୪୬, ମୟୂରଭଞ୍ଜରୁ ୪୬, ଜଗତସିଂହପୁରରୁ ୪୪, କେନ୍ଦୁଝରରୁ ୩୯, କେନ୍ଦ୍ରାପଡାରୁ ୩୫ ଓ ପୁରୀ ଜିଲ୍ଲାରୁ ୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୧ ନୂଆ ଆକ୍ରାନ୍ତ । ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୩ ଲକ୍ଷ ୧୧ ହଜାର ୭୮୮କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧ ହଜାର ୭୭୭ । ୮ ହଜାର ୩୬୬ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୧ ହଜାର ୫୯୨କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ୧୭ ଜଣ ପ୍ରାଣ ହରାଇଛନ୍ତି ।

COVID-19