ସେପ୍ଟେମ୍ବର ୧୨ରେ ନିଟ୍ ପରୀକ୍ଷା, ଜୁଲାଇ ୧୩ରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା | News Room Odisha

ସେପ୍ଟେମ୍ବର ୧୨ରେ ନିଟ୍ ପରୀକ୍ଷା, ଜୁଲାଇ ୧୩ରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ସରକାରୀ ମେଡିକାଲ କଲେଜଗୁଡ଼ିକରେ ଅଣ୍ଡର ଗ୍ରାଜୁଏଟ୍ ଆଡମିଶନ ପାଇଁ ନିଟ୍ ପରୀକ୍ଷା ୧୨ ସେପ୍ଟେମ୍ବର ୨୦୨୧ରେ ଅନୁଷ୍ଠିତ ହେବ। ସୋମବାର ସନ୍ଧ୍ୟାରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଘୋଷଣା କରିଛନ୍ତି। ତାଙ୍କ କହିବାନୁସାରେ, ଦେଶର ସମସ୍ତ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାରେ କରୋନା ପ୍ରୋଟୋକଲ୍ କଡାକଡି ପାଳନ କରାଯିବ। ଦୀର୍ଘ ସମୟ ଧରି ଛାତ୍ରମାନେ ଏହି ପରୀକ୍ଷାର ତାରିଖକୁ ଅପେକ୍ଷା କରିଥିଲେ | ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ନିଟ୍ ପାଇଁ ଆବେଦନ ପ୍ରକ୍ରିୟା ନ୍ୟାସନାଲ ଟେଷ୍ଟ ଜଜେନ୍ସି (ଏନଟିଏ) ୱେବସାଇଟରେ ୧୩ ଜୁଲାଇ ୨୦୨୧ ଅପରାହ୍ନ ୫ଟାରୁ ଆରମ୍ଭ ହେବ।

ଧର୍ମେନ୍ଦ୍ର କହିଛନ୍ତି ଯେ ପରୀକ୍ଷା ସମୟରେ ସାମାଜିକ ଦୂରତା ଅନୁସରଣ ନିଶ୍ଚିତ କରିବା ପାଇଁ ୧୯୮ ଟି ସହରରେ ପରୀକ୍ଷା କରାଯିବ। ୨୦୨୦ ମସିହାରେଏହି ପରୀକ୍ଷା ୧୫୫ ସହରରେ କରାଯାଇଥିଲା | ଏଥର କରୋନା କାରଣରୁ ପରୀକ୍ଷା କେନ୍ଦ୍ର ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ସମସ୍ତ ପ୍ରାର୍ଥୀଙ୍କୁ କୋଭିଡ-୧୯ ପ୍ରୋଟୋକଲ୍ ଅନୁସରଣ କରିବାକୁ ପରୀକ୍ଷା କେନ୍ଦ୍ରରେ ଫେସ୍ ମାସ୍କ ଦିଆଯିବ | ସେମାନଙ୍କ ପ୍ରବେଶ ଏବଂ ପ୍ରସ୍ଥାନ ସମୟରେ ଯୋଗାଯୋଗହୀନ ପଞ୍ଜୀକରଣ, ଉପଯୁକ୍ତ ପରିମଳ ଏବଂ ସାମାଜିକ ଦୂରତା ଅନୁଯାୟୀ ସିଟିଂ ଯୋଜନା ପ୍ରସ୍ତୁତ କରାଯାଇଛି |