ରାଜ୍ୟରେ ଲଗାତର ଦ୍ୱିତୀୟ ଦିନରେ ଦୈନିକ କୋରୋନା ସଂକ୍ରମଣ ଦୁଇ ହଜାର ତଳେ , ଦିନକରେ ୧୯୩୦ ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ଲଗାତର ଦ୍ୱିତୀୟ ଦିନରେ ଦୈନିକ କୋରୋନା ସଂକ୍ରମଣ ଦୁଇ ହଜାର ତଳେ , ଦିନକରେ ୧୯୩୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ । ଲଗାତର ଦ୍ୱିତୀୟ ଦିନ ସଂକ୍ରମଣ ଦୁଇ ହଜାର ତଳେ ରହିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୧ ହଜାର ୯୩୦ ନୂଆ କୋରୋନା ପଜିଟିଭ । ସଙ୍ଗରୋଧରୁ ୧ ହଜାର ୧୧୭ ଓ ସ୍ଥାନୀୟ ଅଂଚଳରୁ ୮୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୧, କଟକରୁ ୨୨୦, ବାଲେଶ୍ୱରରୁ ୧୩୪, ଯାଜପୁରରୁ ୧୨୫, କେନ୍ଦ୍ରାପଡାରୁ ୧୨୩, ଭଦ୍ରକରୁ ୯୮, ମୟୂରଭଞ୍ଜରୁ ୯୮, ସୁନ୍ଦରଗଡରୁ ୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୭୫, ଢେଙ୍କାନାଳରୁ ୬୨, ନୟାଗଡରୁ ୫୮, ଅନୁଗୁଳରୁ ୫୦, କେନ୍ଦୁଝରରୁ ୪୮, ରାୟଗଡାରୁ ୩୮, ମାଲକାନଗିରିରୁ ୨୮, କନ୍ଧମାଳରୁ ୨୭, ପୁରୀରୁ ୨୭, ସମ୍ବଲପୁରରୁ ୨୫, ଗଞ୍ଜାମରୁ ୧୭, ଝାରସୁଗୁଡାରୁ ୧୬, କୋରାପୁଟରୁ ୧୪, ବରଗଡରୁ ୧୨, ଦେବଗଡରୁ ୮, କଳାହାଣ୍ଡିରୁ ୭, ନବରଙ୍ଗପୁରରୁ ୫, ସୋନପୁରରୁ ୫, ଗଜପତିରୁ ୪, ବୌଦ୍ଧରୁ ୩, ନୂଆପଡାରୁ ୨, ବଲାଙ୍ଗିରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୯ଲକ୍ଷ ୪୩ ହଜାର ୬୭୫କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୧୫ ହଜାର ୪ ଶହ । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୩ ହଜାର ୪୯୨ ରହିଛି ।

COVID-19