ଶ୍ରୀମନ୍ଦିରରେ ଆଜିଠାରୁ ଗର୍ଭଗୃହ ଯାଂଚ ଆରମ୍ଭ | News Room Odisha

ଶ୍ରୀମନ୍ଦିରରେ ଆଜିଠାରୁ ଗର୍ଭଗୃହ ଯାଂଚ ଆରମ୍ଭ

ପୁରୀ – ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଗର୍ଭଗୃହ ଯାଂଚ କାମ । ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସଆଇ । ଭାରାବନ୍ଧା, ଗର୍ଭଗୃହ, ଜଗମୋହନ, ନାଟମଣ୍ଡପର ମରାମତି କରାଯିବ । ପ୍ରଥମେ ଏଏସଆଇ ବୈଷୟିକ କମିଟି ମରାମତି ଓ ସଂରକ୍ଷଣ କାର୍ଯ୍ୟର ଅନୁଧ୍ୟାନ କରିବ । କେବଳ ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପର ହିଁ ଲେଜର ସ୍କାନିଂ ହେବ । କିନ୍ତୁ ଗର୍ଭଗୃହର ଲେଜର ସ୍କାନିଂ ପାଇଁ ଅନୁମତି ଦିଆଯାଇନାହିଁ । ଲେଜର ସ୍କାନିଂ ପାଇଁ ସେବାୟତଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ରୂପା ଦ୍ୱାର ଗୋଟିଏ ପରେ ଗୋଟିଏ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।