ସୌରଭ ଗାଙ୍ଗୁଲିଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍, ଦାଦାଙ୍କ ଭୂମିକାରେ ନଜର ଆସିପାରନ୍ତି ଏହି ଅଭିନେତା | News Room Odisha

ସୌରଭ ଗାଙ୍ଗୁଲିଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍, ଦାଦାଙ୍କ ଭୂମିକାରେ ନଜର ଆସିପାରନ୍ତି ଏହି ଅଭିନେତା

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକର, ଏମ୍ଏସ୍ ଧୋନି ଏବଂ ମହମ୍ମଦ ଅଜହରୁଦ୍ଦିନଙ୍କ ପରେ ଭାରତର ଅନ୍ୟତମ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ବାୟୋପିକ୍ । ଟିମ୍ ଇଣ୍ଡିଆର ଏହି ପୂର୍ବତନ ଅଧିନାୟକ ଏଥିପାଇଁ ସମ୍ମତି ପ୍ରଦାନ କରିଛନ୍ତି। ଗାଙ୍ଗୁଲି ହେଉଛନ୍ତି ଚତୁର୍ଥ ଭାରତୀୟ କ୍ରିକେଟର ଯାହାଙ୍କ ଉପରେ ବାୟୋପିକ ନିର୍ମାଣ ହେବ ।
ସମ୍ପ୍ରତି ବିସିସିଆଇ ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲି ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ‘ହଁ, ମୁଁ ମୋର ବାୟୋପିକରେ ରାଜି ହୋଇଛି, ଏହା ହିନ୍ଦୀ ଭାଷାରେ ତିଆରି ହେବ। ବର୍ତ୍ତମାନ ନିର୍ଦ୍ଦେଶକଙ୍କ ନାମ କହିବା ସମ୍ଭବ ନୁହେଁ। ସବୁକିଛି ଚୂଡାନ୍ତ ହେବାକୁ ଆଉ କିଛି ସମୟ ଲାଗିବ ।
ଗାଙ୍ଗୁଲିଙ୍କ ଭୂମିକାରେ ବଲିଉଡର ସୁପରଷ୍ଟାର ରଣବୀର କପୁର ଅଭିନୟ କରିପାରନ୍ତି, ଯଦିଓ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ ।
ଏହା ଏକ ବିଗ୍ ବଜେଟ୍ ଫିଲ୍ମ ହେବ ଏବଂ ଏହାର ବଜେଟ୍ ପ୍ରାୟ ୨୦୦ ରୁ ୨୫୦ କୋଟି ହୋଇପାରେ | ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ‘ସଞ୍ଜୁ’ରେ ରଣବୀର କପୁର ବହୁତ ଭଲ ଅଭିନୟ କରିଥିଲେ। ଗାଙ୍ଗୁଲିଙ୍କ ବାୟୋପିକ୍ ପାଇଁ ରଣବୀର ପ୍ରଥମ ପସନ୍ଦ ବୋଲି ଚର୍ଚ୍ଚା ହେଉଛି |