ନୂଆପଡ଼ା ଜିଲ୍ଲାପାଳଙ୍କ ବାସଭବନକୁ ପଶିଲା ଭାଲୁ | News Room Odisha

ନୂଆପଡ଼ା ଜିଲ୍ଲାପାଳଙ୍କ ବାସଭବନକୁ ପଶିଲା ଭାଲୁ

ଭାଲୁକୁ ଜଗିଛି ବନ ବିଭାଗ,ଆମ୍ବ ଖାଇବକୁ ଆସିଥିଲା ଭାଲୁ

 

ନୂଆପଡା : ନୂଆପଡାରେ ପୂଣି ଭାଲୁ ଆତଙ୍କ । ଆଜି ଖୋଦ ନୂଆପଡା ଜିଲ୍ଲାପାଳଙ୍କ ବାସ ଭବନ ଭିତରକୁ ପଶି ଯାଇଛି ଭାଲୁ । ଆଜି ସକାଳେ ଜିଲ୍ଲାପାଳଙ୍କ ସରକାରୀ ବାସ ଭବନ ଭିତରେ ଭାଲୁ ବୁଲୁଥିବା କର୍ମଚାରୀ ଦେଖିଥିଲେ । ଏନେଇ ଜିଲ୍ଲାପାଳ କର୍ମଚାରୀ ବନ ବିଭାଗକୁ ଫୋନ ଯୋଗେ ଜଣାଇଥିଲେ । ପରେ ବନ ବିଭାଗ କର୍ମଚାରୀ ଜିଲ୍ଲାପାଳ ବାସଭବନରେ ପହଂଚି ଭାଲୁର ଗତିବିଧି ଉପରେ ନଜର ରଖିଛି । ଜିଲ୍ଲାପାଳଙ୍କ ବାସଭବନ ପରିସରକୁ ଆମ୍ବ ଖାଇବାକୁ ଭାଲୁ ପଶି ଆସିଥିଲା । ସୁରକ୍ଷା ଦୃଷ୍ଟିରୁ ଭାଲୁକୁ ଜଗିଛି ନୂଆପଡା ବନ ବିଭାଗ । ଜିଲ୍ଲାପାଳ ଭୟଭୀତ ଅବସ୍ଥାରେ ରହିଛନ୍ତି । ଜିଲ୍ଲାପାଳଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ଫୋର୍ସ ମୃତୟନ ହୋଇଛନ୍ତି ।

ସନ୍ଧ୍ୟା ପର୍ଯ୍ୟନ୍ତ ଭାଲୁକୁ ଜଗିବା ପରେ ଜନଶୁନ୍ୟ ହେଲେ ବାହାରକୁ ବାହାର କରିବା ବ୍ୟବସ୍ଥା ନେଇ ବନ ବିଭାଗର ସୂଚନା । ଗତ କିଛି ଦିନ ତଳେ ସ୍ଥାନୀୟ ମୃତ୍ତିକା ସଂଗ୍ରକ୍ଷଣ କାର୍ଯ୍ୟାଳୟ ଭିତରେ ୧୫ ଘଣ୍ଟା ଧରି ଆତଙ୍କ ଦେଖାଇଥିଲା ଭାଲୁ । ଆମ୍ବ ଖାଇବା ଆଶାରେ ଭାଲୁଟି ସ୍ଥାନୀୟ ସାଲିହା ଜଙ୍ଗଲରୁ ଚାଲି ଆସୁଥିବା ଅନୁମାନ କରାଯାଉଛି ।