ଲୋକସଭାରେ କଂଗ୍ରେସର ନେତା ହେବେ ରାହୁଲ? ଆଜି ହୋଇପାରେ ନିଷ୍ପତ୍ତି | News Room Odisha

ଲୋକସଭାରେ କଂଗ୍ରେସର ନେତା ହେବେ ରାହୁଲ? ଆଜି ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଅଧୀର ରଞ୍ଜର ଚୌଧୁରୀଙ୍କ ସ୍ଥାନରେ ଲୋକସଭାରେ ରାହୁଲ ଗାନ୍ଧିଙ୍କୁ କଂଗ୍ରେସର ନେତା ଭାବେ ନିଯୁକ୍ତ କରାଯାଇପାରେ । ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏକ ବୈଠକ ଡାକିଛନ୍ତି । ଏଥିରେ ଏନେଇ ନିଷ୍ପତ୍ତି ହୋଇପାରେ । ଚୌଧୁରୀଙ୍କ ସ୍ଥାନରେ ରାହୁଲଙ୍କୁ ଲୋକସଭା ନେତା ଦାୟିତ୍ୱ ଦିଆଯିବା ସମ୍ଭାବନା ରହିଛି ।

ଜୁଲାଇ ୧୯ରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନ ପାଇଁ କଂଗ୍ରେସ ନୂଆ ନେତୃତ୍ୱ ସହ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି । ଆଜି ବସିବାକୁ ଥିବା ବୈଠକରେ ସମସ୍ତଙ୍କ ନଜର ରାହୁଲଙ୍କ ଉପରେ ରହିବ । କୁଣ୍ଠାବୋଧ ଛାଡ଼ି ରାହୁଲ ଶେଷରେ ଲୋକସଭାରେ ନିଜ ଦଳର ନେତୃତ୍ୱ ନେବେ କି? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ତୁଣ୍ଡରେ ରହିଛି ।

ଏଡାଛଡ଼ା ସୋନିଆ, ରାହୁଲ ଓ ପ୍ରିୟଙ୍କାକୁ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଭେଟିବା ଚର୍ଚ୍ଚାର ଖୋରାକ ଯୋଗାଇଛି । ଆଗାମୀ ପଞ୍ଜାବ ନିର୍ବାଚନ ଏବଂ ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏକ ବଡ଼ ଯୋଜନାରେ ରହିଥିବା ମନେ କରାଯାଉଛି ।

Rahul Gandhi