ଦୁଇ ଦିନ ପରେ ପୁଣି ୨ ହଜାର ଉପରେ ଦୈନିକ କୋରୋନା ସଂକ୍ରମଣ | News Room Odisha

ଦୁଇ ଦିନ ପରେ ପୁଣି ୨ ହଜାର ଉପରେ ଦୈନିକ କୋରୋନା ସଂକ୍ରମଣ

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ହୋଇଛି । ଦୁଇ ଦିନ ପରେ ଦୁଇ ହଜାର ଉପରେ ରହିଛି ସଂକ୍ରମଣ । ଚିହ୍ନଟ ହୋଇଛନ୍ତି ୨ ହଜାର ୭୪ କୋରୋନା ପଜିଟିଭ । ସଙ୍ଗରୋଧରୁ ୧ ହଜାର ୧୯୨ ଓ ସ୍ଥାନୀୟ ଅଂଚଳରୁ ୮୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୩, କଟକରୁ ୨୮୩, ପୁରୀରୁ ୧୩୩, ଯାଜପୁରରୁ ୧୨୦, ବାଲେଶ୍ୱରରୁ ୧୧୫, ମୟୂରଭଞ୍ଜରୁ ୧୧୫, ଭଦ୍ରକରୁ ୧୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଜଗତସିଂହପୁରରୁ ୯୯, ଢେଙ୍କାନାଳରୁ ୬୧, ଅନୁଗୁଳରୁ ୫୯, ନୟାଗଡରୁ ୫୮, ସୁନ୍ଦରଗଡରୁ ୫୬, ମାଲକାନଗିରିରୁ ୪୭, କେନ୍ଦୁଝରରୁ ୪୬, ବରଗଡରୁ ୩୮, ସମ୍ବଲପୁରରୁ ୩୦, କନ୍ଧମାଳରୁ ୧୯, ବଲାଙ୍ଗିରରୁ ୧୭, ରାୟଗଡାରୁ ୧୬, ବୌଦ୍ଧରୁ ୧୨, କୋରାପୁଟରୁ ୧୦, ନବରଙ୍ଗପୁରରୁ ୧୦, ସୋନପୁରରୁ ୯, କଳାହାଣ୍ଡିରୁ ୫, ଝାରସୁଗୁଡାରୁ ୫, ଗଞ୍ଜାମରୁ ୫, ଦେବଗଡରୁ ୩ ଓ ଗଜପତିରୁ ୩ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏ ୯ ଲକ୍ଷ ୪୫ ହଜାର ୭୪୯ ଜଣ କୋରୋନା ପଜିଟିଭ ହୋଇଛନ୍ତି । ଏଥିରୁ ସୁସ୍ଥ ହେଲେଣି ୯ ଲକ୍ଷ ୧୮ ହଜାର ୪୧ ହଜାର । ୨୨ ହଜାର ୮୬୦ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

COVID-19