ପାକିସ୍ତାନ: ବସ୍‌ ଉପରେ ଆତଙ୍କୀ ହମଲା, ୬ ଚୀନ୍‌ ନାଗରିକଙ୍କ ସହ ୧୦ ମୃତ | News Room Odisha

ପାକିସ୍ତାନ: ବସ୍‌ ଉପରେ ଆତଙ୍କୀ ହମଲା, ୬ ଚୀନ୍‌ ନାଗରିକଙ୍କ ସହ ୧୦ ମୃତ

ଇସଲାମାବାଦ: ଉତ୍ତର ପାକିସ୍ତାନରେ ଏକ ବସ୍‌ରେ ବୋମା ବିସ୍ଫୋରଣ ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଚୀନ୍‌ର ୬ ଜଣ ନାଗରିକ ମଧ୍ୟ ଅଛନ୍ତି। ଏହାଛଡ଼ା ଜଣେ ପାକିସ୍ତାନୀ ସୈନିକ ମଧ୍ୟ ଏହି ଘଟଣାରେ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ବୁଧବାର ଆତଙ୍କବାଦୀମାନେ ଏକ ବସ୍‌କୁ ଟାର୍ଗେଟ କରି ବିସ୍ଫୋରଣ କରିଥିଲେ। ତେବେ ବିସ୍ଫୋରକ ସାମଗ୍ରୀ ରାସ୍ତାରେ ରଖାଯାଇଥିଲା ନା ବସ୍‌ରେ ବୋମା ଲଗାଯାଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।