ରାଜ୍ୟରେ ୨ ହଜାର ୧୧୦ ନୂଆ ପଜିଟିଭ ଚିହ୍ନଟ | News Room Odisha

ରାଜ୍ୟରେ ୨ ହଜାର ୧୧୦ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨ ହଜାର ୧୧୦ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧ ହଜାର ୨୧୩ ଏବଂ ସ୍ଥାନୀୟ ଅଂଚଳରୁ ୮୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିର ୪୫୮, କଟକରୁ ୩୨୩, ବାଲେଶ୍ୱରରୁ ୧୬୮, କେନ୍ଦ୍ରାପଡାରୁ ୧୩୨, ପୁରୀରୁ ୧୧୩, ମୟୂରଭଞ୍ଜରୁ ୯୯, ଯାଦପୁରରୁ ୯୨, ଭଦ୍ରକରୁ ୭୯, ନୟାଗଡରୁ ୭୪, ଜଗତସିଂହପୁରରୁ ୬୭, କେନ୍ଦ୍‌ୁଝରରୁ ୬୬ ଓ ସୁନ୍ଦରଗଡରୁ ୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୪୬, ଢେଙ୍କାନାଳରୁ ୩୫, ରାୟଗଡାରୁ ୨୯, ମାଲକାନଗିରିରି ୨୨, ସମ୍ବଲପୁରରୁ ୧୯, କୋରାପୁଟରୁ ୧୯, ଗଞ୍ଜାମରୁ ୧୬, ବୌଦ୍ଧରୁ ୧୬, ବରଗଡରୁ ୧୪, ବଲାଙ୍ଗିରରି ୧୩, କନ୍ଧମାଳରୁ ୧୨, ଗଜପତିରୁ ୧୧, ଝାରସୁଗୁଡାରୁ ୧୦, ନବରଙ୍ଗପୁରରୁ ୧୦, କଳାହାଣ୍ଡିରୁ ୭, ଦେବଗଡରୁ ୫, ସୋନପୁରରୁ ୪ ଓ ନୂଆପଡାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏଯାଏ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୭ ହଜାର ୮୫୯କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୯ ଲକ୍ଷ ୨୦ ହଜାର ୬୪୬ ସୁସ୍ଥ ହୋଇସାରିଲେଣି । ୨୨ ହଜାର ୨୯୯ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

COVID-19COVID-19 Positive Cases in Odisha