ହେଲମେଟ୍ ନିୟମକୁ କଡାକଡି କଲେ ରାଜ୍ୟ ସରକାର, ଖିଲାପ କଲେ ୨ ଚକିଆ ଯାନ ଚାଳକଙ୍କ ଡିଏଲ୍ ୩ ମାସ ପାଇଁ ହେବ ବାତିଲ | News Room Odisha

ହେଲମେଟ୍ ନିୟମକୁ କଡାକଡି କଲେ ରାଜ୍ୟ ସରକାର, ଖିଲାପ କଲେ ୨ ଚକିଆ ଯାନ ଚାଳକଙ୍କ ଡିଏଲ୍ ୩ ମାସ ପାଇଁ ହେବ ବାତିଲ

ଭୁବନେଶ୍ୱର- ହେଲମେଟ ନିୟମକୁ କଡାକଡି କରିଛନ୍ତି ରାଜ୍ୟ ସରକାର । ଏଣିକି ହେଲମେଟ୍ ନ ପିନ୍ଧିଲେ ଦୁଇ ଚକିଆ ଯାନ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ବାତିଲ ହେବ ।

ଏହି ନିୟମ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ଡିଜିପିଙ୍କୁ ଚିଠି ଲେଖିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢୀ । ଡିଏଲ ନିଲମ୍ବନର ଜିଲ୍ଲାୱାରି ରିପୋର୍ଟ ୭ ଦିନରେ ଦାଖଲ ପାଇଁ ଚିଠି ଲେଖାଯାଇଛି । ୨୦୧୯ ଓ ୨୦୨୦ ଅକ୍ଟୋବର ଯାଏଁ ଖିଲାପର ରିପୋର୍ଟ ଦେବାକୁ ଡିଜିପିଙ୍କୁ କୁହାଯାଇଛି । ସୁପ୍ରିମକୋର୍ଟରେ ଡିଏଲ୍ ନିଲମ୍ବନର ବିସ୍ତୃୃତ ରିପୋର୍ଟ ଦାଖଲ ହେବ ।