ରାଜ୍ୟରେ ଆଉ ୬୪ କୋରୋନା ରୋଗୀଙ୍କ ମୃତ୍ୟୁ | News Room Odisha

ରାଜ୍ୟରେ ଆଉ ୬୪ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର-ରାଜ୍ୟରେ ସଂଗୃହୀତ ତଥ୍ୟ ଅନୁସାରେ ଆଉ ୬୪ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨ ଜଣଙ୍କ କୋରେନାରେ ମୃତ୍ୟୁ ହୋଇଛି । ବରଗଡରୁ ୧୦, ବାଲେଶ୍ୱରରୁ ୮, ସୁନ୍ଦରଗଡରୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ୬, କନ୍ଧମାଳ ଓ ସମ୍ବଲପୁରରେ ୨ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ବୌଦ୍ଧ,କଳାହାଣ୍ଡି, କେନ୍ଦ୍ରାପଡାରେ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ମୟୂରଭଞ୍ଜ, ନୂଆପଡା, ପୁରୀ ଓ ରାୟଗଡାରେ ବି ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୪ ହଜାର ୯୨୫କୁ ବୃଦ୍ଧି ପାଇଛି ।