ଭିଜିଲାନ୍ସ ହାବୁଡରେ ପେକ୍ସ ସଂପାଦକ | News Room Odisha

ଭିଜିଲାନ୍ସ ହାବୁଡରେ ପେକ୍ସ ସଂପାଦକ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ସୋନପୁର ଜିଲ୍ଲାର ତରଭା ବ୍ଲକ ଡବୁଲା ପେକ୍ସ ସଂପାଦକ ।ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପେକ୍ସ ସଂପାଦକ ମସୁଦ ମହମ୍ମଦଙ୍କ ଘରେ ଚଢଉ କରିଛି। ଭିଜିଲାନ୍ସ ପକ୍ଷରୁ ବଲାଙ୍ଗିର ସାଲେପାଲିଠାରେ ଥିବା ଘର ଏବଂ ଡୁବୁଲା ପେକ୍ସ ଅଫିସରେ ଏକକାଳୀନ ଚଢଉ ଚାଲିଛି । ଏଥିରେ ବଲାଙ୍ଗିର,ସୋନପୁର, ବରଗଡ ଏଵଂ ସମ୍ୱଲପୁର, ଚାରୋଟି ଭିଜିଲାନସ ଡିଭିଜନର ଟିମ ସାମିଲ ଅଛନ୍ତି । ପେକ୍ସ ସଂପାଦକଙ୍କ ବଙ୍ଗଳା, ଵ୍ୟାଙ୍କ ଆକାଉଣ୍ଟ, ସ୍ଥାବର ଅସ୍ଥାବର ସଂପତ୍ତି, ସବୁ କିଛିକୁ ଭିଜିଲାନସ ବିଭାଗ ତନ୍ନ ତନ୍ନ କରି ଯାଚଂ କରି ସଂପତ୍ତି ଆକଳନ କରୁଛି। ଚଢଉ ପରେ ସବିଶେଷ ତଥ୍ୟ ଜଣାପଡିବ । ବେଆଇନ ସଂପତ୍ତି ବିପୁଳ ପରିମାଣରେ ମାସୁଦ ଠୁଳ କରିଥିବା ଭିଜିଲାନ୍ସ ସନ୍ଦେହ କରୁଛି ।