ଶରଧାବାଲିରେ ଆଜି ହେବ ତିନି ରଥର ଦକ୍ଷିଣୀ ମୋଡ଼ | News Room Odisha

ଶରଧାବାଲିରେ ଆଜି ହେବ ତିନି ରଥର ଦକ୍ଷିଣୀ ମୋଡ଼

ପୁରୀ: ଗୁଣ୍ଡିଚା ମନ୍ଦିର ସମ୍ମୁଖ ସିଂହଦ୍ଵାର ରୁ ଆଜି ରଥ ତ୍ରୟ ଦକ୍ଷିଣୀ ମୋଡ଼ ହୋଇ ନାକଚଣା ଦ୍ୱାର ରେ ଲାଗିବ। ଆଜିଠାରୁ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥକୁ ଆଜ୍ଞାମାଳ ବିଜେ ହେବା ପରେ ପରମ୍ପରା ଅନୁଯାୟୀ ସର୍ବପ୍ରଥମେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣୀ ମୋଡ଼ ହୋଇ ନାକଚଣା ଦ୍ୱାର ରେ ଲାଗିବ।ପର୍ଯ୍ୟାୟ କ୍ରମେ ଅନ୍ୟ ଦୁଇଟି ରଥକୁ ଦକ୍ଷିଣୀ ମୋଡ଼ କରାଯିବ। ଆଗାମୀ ୨୦ ତାରିଖ ବାହୁଡା ଦଶମୀ ଯୁକ୍ତ ଏକାଦଶୀ ଦିନ ଶ୍ରୀଜୀଉ ଏହି ରଥରେ ସୁନ୍ଦରାଚଳ ରୁ ନିଳାଚଳ କୁ ଯାତ୍ରା କରିବେ। ମହାପ୍ରଭୁଙ୍କ ଏହି ଯାତ୍ରା କୁ ବାହୁଡା ଯାତ୍ରା ବା ଦକ୍ଷିଣାୟନ ଯାତ୍ରା କୁହାଯାଇଥାଏ।

Puri Rath Yatra