କୋରାପୁଟରେ ମାଓ ମୁକାବିଲା ସ୍ଥିତିର ସମୀକ୍ଷା କଲେ ପୋଲିସ ଡିଜି | News Room Odisha

କୋରାପୁଟରେ ମାଓ ମୁକାବିଲା ସ୍ଥିତିର ସମୀକ୍ଷା କଲେ ପୋଲିସ ଡିଜି

ଭୁବନେଶ୍ୱର- ପୋଲିସ ମହାନିର୍ଦ୍ଦେଶକ ଅଭୟ କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ସୁନାବେଡାରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ମାଓ କାର୍ଯ୍ୟକଳାପର ସ୍ଥିତି ଓ ମୁକାବିଲା ସଂପର୍କରେ ସେ ଆଲୋଚନା କରିଛନ୍ତି । ସମୀକ୍ଷା ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ,ବିଏସଫ ଆଇଜି, ଆଇଜି ଅପରେସନ, କୋରାପୁଟ ଏସପି ପ୍ରମୁଖ ଉପସ୍ଥିିତ ଥିଲେ । ପରେ ଡିଜିପି ମାଲକାନଗିରି, କନ୍ଧମାଳ ଗସ୍ତ କରିବେ । ମାଲକାନଗିରିରେ ପୋଲିସ କାର୍ଯ୍ୟାଳୟରେ ସେ ମାଓ ମୁକିବିଲାର ସମୀକ୍ଷା କରିବେ । ଏଥିସହ ବିଏସଫ କ୍ୟାମ୍ପରେ ସୁରକ୍ଷା ସମୀକ୍ଷା ବି କରିବା ସମ୍ଭାବନା ରହିଛି । ଡିଜିପିଙ୍କ ଗସ୍ତ ଅବସରରେ କିଛି ମାଓବାଦୀ ଆତ୍ମସମର୍ପଣ କରିପାରନ୍ତି ।