ବେଆଇନ ବନ୍ଧୁକ ଆଡ୍ଡା ଉପରେ କ୍ରାଇମବ୍ରାଞ୍ଚ ଏସଟିଏଫର ଚଢାଉ, ୧୦ ବନ୍ଧୁକ ଜବତ ସହ ୨ ଗିରଫ | News Room Odisha

ବେଆଇନ ବନ୍ଧୁକ ଆଡ୍ଡା ଉପରେ କ୍ରାଇମବ୍ରାଞ୍ଚ ଏସଟିଏଫର ଚଢାଉ, ୧୦ ବନ୍ଧୁକ ଜବତ ସହ ୨ ଗିରଫ

ଖୋର୍ଦ୍ଧା – ଖୋର୍ଦ୍ଧା ରଣପୁର ସିକୋ ଅଂଚଳରେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ କରି ୧୦ଟି ବନ୍ଧୁକ ଜବତ କରିଛି । ଦୁଇ ଜଣ ଆନ୍ତଃରାଜ୍ୟ ବନ୍ଧୁକ ବେପାରୀଙ୍କୁ ଗିରଫ କରାଯାଇଛି । ଏହି ଅଂଚଳରେ ଦୀର୍ଘଦିନ ଧରି ବେଆଇନ ବନ୍ଧୁକ କାରବାର ହେଉଥିବା ଖବର ପାଇ ଏସଟିଏଫ ପକ୍ଷରୁ ଚଢାଉ ହୋଇଥିଲା । ବନ୍ଧୁକ ବିକ୍ରି ପାଇଁ ଡିଲ୍ ହେଉଥିବା ବେଳେ ଏସଟିଏଫ ଟିମ୍ ସେଠାରେ ପଂହଚି ୨ ବ୍ୟବସାୟୀଙ୍କୁ କାବୁ କରିଥିଲା । ୧୦ଟି ବନ୍ଧୁକ ସହ ୮ ରାଉଣ୍ଡ ଗୁଳି ବି ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନୟାଗଡ ରଣପୁର ଅଂଚଳର ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା ସହରର । ଉଭୟଙ୍କ ବିରୋଧରେ ଆଗରୁ ବହୁ ମାମଲା ରହିଛି ।