ସୁପ୍ରିମକୋର୍ଟଙ୍କ ତାଗିଦ ପରେ କାଉଡ଼ିଆ ଯାତ୍ରା ବାତିଲ କଲେ ଉତ୍ତର ପ୍ରଦେଶ ସରକାର | News Room Odisha

ସୁପ୍ରିମକୋର୍ଟଙ୍କ ତାଗିଦ ପରେ କାଉଡ଼ିଆ ଯାତ୍ରା ବାତିଲ କଲେ ଉତ୍ତର ପ୍ରଦେଶ ସରକାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଉତ୍ତରପ୍ରଦେଶର ଯୋଗୀ ସରକାର କାଉଡ଼ିଆ ଯାତ୍ରାକୁ ବାତିଲ କରିଛନ୍ତି। କାଉଡ଼ିଆ ସଂଘ ସହ ଆଲୋଚନା ପରେ ଚଳିତ ବର୍ଷ ମଧ୍ୟ ଏହି ଯାତ୍ରା ବାତିଲ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଯୋଗୀ ସରକାରଙ୍କୁ ଏହାର ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିଥିଲେ।

ଜୁଲାଇ ୧୩ରେ ଯୋଗୀ ସରକାର ଜୁଲାଇ ୨୫ରୁ ୟୁପିରେ ଅନୁଷ୍ଠିତ ହେବାକୁ ଥିବା କାଉଡ଼ିଆ ଯାତ୍ରାକୁ ମଞ୍ଜୁରି ଦେଇଥିଲେ। ଏଥିପାଇଁ କୋଭିଡ ନିୟମ ପାଳନ କରିବାକୁ ସର୍ତ୍ତ ରଖାଯାଇଥିଲା | ଯୋଗୀ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ୟୁପି ସରକାରଙ୍କୁ ନୋଟିସ ଜାରି‌କରି ଏହି ପ୍ରସଙ୍ଗରେ ଜବାବ ତଲବ କରିଥିଲେ ।