ବକ୍ରି-ଇଦ୍ ପାଇଁ କଟକଣା କୋହଳ ନେଇ କେରଳ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ | News Room Odisha

ବକ୍ରି-ଇଦ୍ ପାଇଁ କଟକଣା କୋହଳ ନେଇ କେରଳ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଜୁଲାଇ ୨୧ରେ ବକ୍ରି-ଇଦ୍ ପାଇଁ କୋଭିଡ-୧୯ କଟକଣା କୋହଳ ନେଇ କେରଳ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେରଳ ସରକାରଙ୍କଠାରୁ ଜବାବ ତଲବ କରିଛନ୍ତି। ଆସନ୍ତାକାଲି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ।

ଉଲ୍ଲେଖଯୋଗ୍ୟ ଯେ କେରଳରେ କରୋନା ପାଇଁ ଲକଡାଉନ ଜାରି ରହିଛି । ରାଜ୍ୟରେ କରୋନା ମାମଲା ଏବଂ ପଜିଟିଭିଟି ହାରରେ ବୃଦ୍ଧି ଘଟୁଛି। ଏହା ସତ୍ତ୍ୱେ ବକ୍ରି-ଇଦ୍ ପାଳନ ଲାଗି କେରଳର ପିନାରୟୀ ବିଜୟନ୍ ବକ୍ରି-ଇଦ୍ ପାଇଁ କଟକଣା କୋହଳ କରାଯିବ ବୋଲି ଘୋଷଣା କରିଛନ୍ତି । ଏନେଇ ବିରୋଧୀ କଂଗ୍ରେସ ଏବଂ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) କେରଳ ସରକାରଙ୍କୁ ସମାଲୋଚନା କରିଛନ୍ତି ।