ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ ଡିଏଫଓ ଓ ଗୁରାଣ୍ଡି ଥାନା ଅଧିକାରୀଙ୍କୁ ପଚରାଉଚରା କରାଯିବ : ଗଜପତି ଏସପି | News Room Odisha

ଏସିଏଫ ସୌମ୍ୟ ମୃତ୍ୟୁ ମାମଲାରେ ଡିଏଫଓ ଓ ଗୁରାଣ୍ଡି ଥାନା ଅଧିକାରୀଙ୍କୁ ପଚରାଉଚରା କରାଯିବ : ଗଜପତି ଏସପି

ପାରଳାଖେମୁଣ୍ଡି -ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ତଦନ୍ତକୁ ଆହୁରି ବ୍ୟାପକ କରାଯାଇଛି । ଏହି ମାମଲାରେ ଡିଏଫଓଙ୍କୁ ପଚରାଉଚରା କରାଯିବ ବୋଲି ଏସପି ତପନ ପଟ୍ଟନାୟକ କହିଛନ୍ତି । ଏତଲାରେ ଡିଏଫଓଙ୍କ ନାଁ ରହିଛି । ତେଣୁ ତାଙ୍କୁ ପଚରାଉଚରା କରାଯିବ । ତଦନ୍ତରେ ପାରଳାଖେମୁଣ୍ଡି ପୋଲିସକୁ ସହାୟତା କରିବା ପାଇଁ ଗଠିତ କ୍ରାଇମବ୍ରାଂଚ ଟିମ୍‌ରେ ସାଇବର ଏକ୍ସପର୍ଟ ଥିବା ସୂଚନା ଦେଇଛନ୍ତି ଗଜପତି ଏସପି । ତଦନ୍ତ ଠିକ ବାଟରେ ଚାଲିଛି ବୋଲି ସେ କହିଛନ୍ତି । ମୋବାଇଲ କଲ୍ ଡିଟେଲ୍ ଆଦି କ୍ରାଇମବ୍ରାଂଚ୍ ଟିମ୍ ଯାଂଚ କରିବ । ବର୍ତ୍ତମାନ ଯାଏଁ ପୋଷ୍ଟମର୍ଟମ ରିପୋର୍ଟ ଆସି ନ ଥିବା ସେ କହିଛନ୍ତି । ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ଗଜପତି ଏସପି କହିଛନ୍ତି ।