ଆଜି ଶ୍ରୀକ୍ଷେତ୍ରରେ ସୁନାବେଶ | News Room Odisha

ଆଜି ଶ୍ରୀକ୍ଷେତ୍ରରେ ସୁନାବେଶ

ଆଜି ଆଷାଢ଼ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉ ଙ୍କ ଅନୁଷ୍ଠିତ ହେବ ସୁନାବେଶ ବା ବଡ଼ ତଢ଼ାଉ ବେଶ। ସିଂହଦ୍ଵାରରେ ମହଣ ମହଣ ସୁନାଅଳଙ୍କାର ଧାରଣ କରି ଦର୍ଶନ ଦେବେ ରଥାରୂଢ ଚତୁର୍ଦ୍ଧା ବିଗ୍ରହ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହେବା ସହ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ଅପରାହ୍ନ ୪ଟା ରୁ ବେଶ ଆରମ୍ଭ ହେବ ଏବଂ ରାତି ୧୧ ଟାରେ ବେଶ ଓଲାଗି ହେବା ପାଇଁ ସମୟ ସ୍ଥିର କରାଯାଇଛି। ଚଳିତ ବର୍ଷ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସାଧାରଣ ଭକ୍ତ ମାନଙ୍କ ପାଇଁ ଏହି ଦୁର୍ଲଭ ବେଶ ଦର୍ଶନ କୁ ବାରଣ କରାଯାଇଛି। କେବଳ ଦୂର ଦର୍ଶନ ମାଧ୍ୟମରେ ଭକ୍ତ ମାନେ ଏହି ବେଶ ଦର୍ଶନ କରି ପାରିବେ।

ଜନ ସାଧାରଣଙ୍କ ଭିଡ଼ କୁ ଦୃଷ୍ଟି ରେ ରଖି ଆଜି ପୁରୀ ସହରରେ କର୍ଫ୍ୟୁ ବଲବତ୍ତର ରଖାଯାଇଛି। ଶ୍ରୀମନ୍ଦିର ଚାରୁରପର୍ଶ୍ଵରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।