ଆଜିଠାରୁ ଯନ୍ତର୍ ମନ୍ତର ଠାରେ ଚାଷୀଙ୍କ ବିକ୍ଷୋଭ | News Room Odisha

ଆଜିଠାରୁ ଯନ୍ତର୍ ମନ୍ତର ଠାରେ ଚାଷୀଙ୍କ ବିକ୍ଷୋଭ

ନୂଆଦିଲ୍ଲୀ: କୃଷି ଆଇନ ରଦ୍ଦ କରିବାକୁ ଦାବି କରି ଗତ ଆଠ ମାସ ଧରି ଆନ୍ଦୋଳନ କରୁଥିବା କୃଷକ ସଂଗଠନ ଆଜି ଦିଲ୍ଲୀର ସଂସଦ ଭବନ ନିକଟସ୍ଥ ଯନ୍ତର ମନ୍ତର ଠାରେ ବିକ୍ଷୋଭ ପ୍ରଦର୍ଶନ କରିବେ। ଅନେକ ମାସ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକମାନେ ଏବେ ପ୍ରତିଦିନ ଜନ୍ତର ମନ୍ତରରେ ଏକାଠି ହେବେ। ସଂଯୁକ୍ତ କିସାନ୍ ମୋର୍ଚ୍ଚା ଏହାର ନାମ ‘କିସାନ୍ ସଂସଦ’ ରଖିଛି। ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ଜନ୍ତର ମନ୍ତରରେ କୃଷକଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସିଙ୍ଗୁ ସୀମାରେ ସୁରକ୍ଷା କଡାକଡି କରାଯାଇଛି। ସମଗ୍ର ଅଞ୍ଚଳ ଏକ ପୋଲିସ ଛାଉଣୀରେ ପରିଣତ ହୋଇଛି |

ଦିଲ୍ଲୀ ପୋଲିସ କହିଛି ଯେ ୨୦୦ ଜଣ କୃଷକ ଦଳ ସିଙ୍ଗୁ ସୀମାରୁ ଜନ୍ତର ମନ୍ତରକୁ ପୋଲିସ ସୁରକ୍ଷା ସହିତ ବସ୍‌ରେ ଆସିବେ। ସକାଳ ୧୧ ଟାରୁ ରାତି ୫ଟା ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଯନ୍ତର ମନ୍ତରରେ ବିକ୍ଷୋଭ ବେଳେ ସମସ୍ତ କୋଭିଡ୍ ନିୟମ ପାଳନ କରାଯିବ ଏବଂ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହେବ ବୋଲି ପ୍ରତିଶ୍ରୁତି ଦେବାକୁ କୃଷକ ସଂଗଠନର ନେତୃତ୍ୱ ନେଉଥିବା ସଂଯୁକ୍ତ କିସାନ୍ ମୋର୍ଚା (ଏସକେଏମ୍)କୁ କୁହାଯାଇଛି।