ଟୋକିଓ ଅଲିମ୍ପିକ୍ସ ଉଦଘାଟିତ, ମାର୍ଚ୍ଚପାଷ୍ଟରେ ତ୍ରିରଙ୍ଗା ଧରିଲେ ମନପ୍ରୀତ ଓ ମ୍ୟାରିକମ | News Room Odisha

ଟୋକିଓ ଅଲିମ୍ପିକ୍ସ ଉଦଘାଟିତ, ମାର୍ଚ୍ଚପାଷ୍ଟରେ ତ୍ରିରଙ୍ଗା ଧରିଲେ ମନପ୍ରୀତ ଓ ମ୍ୟାରିକମ

ଟୋକିଓ- ଉଦଘାଟିତ ହୋଇଛି ଟୋକିଓ ଅଲିମ୍ପିକ୍ସ ୨୦୨୦ । ଉଦଘାଟନୀ ଉତ୍ସବର ମାର୍ଚ୍ଚପାଷ୍ଟରେ ତ୍ରିରଙ୍ଗା ଧରିଲେ ହକି ଖେଳାଳି ମନପ୍ରୀତ ସିଂହ ଓ ବକ୍ସର ମ୍ୟାରିକମ । ଉଦଘାଟନୀ ସମାରୋହରେ କୋଭିଡ ମୃତକଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଆଜିଠାରୁ ଅଗଷ୍ଟ ୮ ତାରିଖ ଯାଏ ଖେଳାଯିବ ଅଲିମ୍ପିକ୍ସ । ଭାରତ ଏଥର ଅଲିମ୍ପିକ୍ସକୁ ବୃହତ ଦଳ ପଠାଇଛି । ଭାରତର ପଦକ ସଂଖ୍ୟା ଏଥର ଦୁଇ ଅଙ୍କ ଛୁଇଁବ ବୋଲି ଆଶା କରାଯାଉଛି ।