କରୋନା ଅପଡେଟ୍‌: ଦେଶରେ ଆଉ ୩୯ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ୫୪୬ ମୃତ | News Room Odisha

କରୋନା ଅପଡେଟ୍‌: ଦେଶରେ ଆଉ ୩୯ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ୫୪୬ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୯,୦୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ରୋଗରେ ଆଉ ୫୪୬ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୨୦,୦୧୬ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଭାରତରେ ଏଯାବତ୍ ମୋଟ ୩୧,୩୩୨,୧୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସଂଖ୍ୟା ହେଲା ୪୦୮,୯୭୭ ।

ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ରୁ ଆଉ ୩୫,୦୮୭ ଲୋକ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଭାରତରେ ୩୦,୫୦୩,୧୬୬ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଭାରତରେ ଆରୋଗ୍ୟ ହାର ୯୭.୩୬ ପ୍ରତିଶତ ରହିଛି ।
କରୋନା ବିରୋଧରେ ଭାରତର ଟିକାକରଣ ଜାରି ରହିଛି । ଜୁଲାଇ ୨୩ ସୁଦ୍ଧା ଦେଶରେ ମୋଟ ୪୨ କୋଟି ୭୮ ଲକ୍ଷ ୮୨ ହଜାର ୨୬୧ ଟିକା ଡୋଜ୍ ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୨ ଲକ୍ଷ ୬୭ ହଜାର ୭୯୯ ଟିକା ଦିଆଯାଇଛି ।

COVID-19